ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଏହି ବ୍ୟକ୍ତି ନିଜ ଦେହରେ ଲଗାଇଦେଲେ ନିଆଁ, ଦେଖନ୍ତୁ ଭିଡିଓ

ପ୍ରେମିକାକୁ ଇମ୍ପ୍ରେସ କରିବା ପାଇଁ ସାଧାରଣତଃ ପୁଅମାନେ ଫୁଲ ଆଣନ୍ତି ନଚେତ ସୁନ୍ଦର ଉପହାର ଦିଅନ୍ତି । ତେବେ ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ନିଜ ଶରୀରରେ ନିଆଁ ଲଗାଇ ପହଞ୍ଚିଥିଲେ । ତେବେ ଷ୍ଟଣ୍ଟମ୍ୟାନ୍ ରିକି ଏସଙ୍କର ଏପରି ଏକ ବିପଜ୍ଜନକ ଏବଂ ୟୁନିକ ପ୍ରପୋଜାଲ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ରିକି ନିଜ ପ୍ରେମିକା କ୍ୟାଟ୍ରିନା ଡବସନଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ନିଜଦେହରେ ନିଆଁ ଲଗାଇ ଦେଇଥିଲେ । ଅବଶ୍ୟ ରିକି ଜଣେ ପେସାଦାର ଷ୍ଟଣ୍ଟମ୍ୟାନ୍, ତେଣୁ ସେ ଏଥିପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିଥିଲେ । ଭାଇରାଲ ହେଉଥିବା ଏହି ଭିଡିଓରେ ରିକି ସମସ୍ତ ସତର୍କତା ସହ ନିଜଦେହରେ ନିଆଁ ଲଗାଇ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେଠାରେ ଅନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହିତ ଜଣେ ବ୍ୟକ୍ତି ଆସି ନିଆଁ ମଧ୍ୟ ଲିଭାଇଥିଲା । ସୂଚନା ଅନୁଯାୟୀ ରିକି 27 ବର୍ଷ ଧରି ଷ୍ଟଣ୍ଟମ୍ୟାନ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି ।


କ୍ୟାଟ୍ରିନା ଜଣେ ପେସାରେ ଜଣେ ନର୍ସ । ଉଭୟ କ୍ୟାଟ୍ରିନା ଏବଂ ରିକି ଅନଲାଇନରେ ମିଳିଥିଲେ କିନ୍ତୁ ପ୍ରଥମ ଦେଖାରେ ରିକିଙ୍କ କମ ଉଚ୍ଚତା ଦେଖି କ୍ୟାଟ୍ରିନା ନିରାଶ ହୋଇଥିଲେ । କ୍ୟାଟ୍ରିନା 6 ଫୁଟ 3 ଇଞ୍ଚ ହୋଇଥିବାବେଳେ ରିକିଙ୍କ ଉଚ୍ଚତା 5 ଫୁଟ 8 ଇଞ୍ଚ । ତଥାପି ଦୁହିଁଙ୍କ ପ୍ରେମ ଆଗକୁ ବଢିଥିଲା ଏବଂ ବର୍ତ୍ତମାନ ଦୁହେଁ ବିବାହ କରିବାକୁ ଯାଉଛନ୍ତି । କ୍ୟାଟ୍ରିନା କହିଛନ୍ତି ଯେ ଯେତେବେଳେ ଲକଡାଉନ୍ ହେଲା ସେତେବେଳେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଥିଲେ । ବାର୍ତ୍ତାଳାପ ତିନି ସପ୍ତାହ ଧରି ଚାଲିଥିଲା । ତେବେ ରିକି ତାଙ୍କୁ କହିଥିଲେ ଯେ ସେ ଏକ ଫଟୋସୁଟରେ ଯାଉଛନ୍ତି ଯେଉଁଠାରେ ଲକଡାଉନ ସମୟରେ ପ୍ରେମରେ ପଡିଥିବା ଲୋକଙ୍କ ଫଟୋସୁଟ କରାଯାଇଥାଏ କିନ୍ତୁ ଏହା ମିଥ୍ୟା ଥିଲା ପ୍ରକୃତରେ ସେ ତାଙ୍କୁ ପ୍ରପୋଜ କରିବାକୁ ଯାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.