Below header

କିଏ ଏହି ପ୍ରବାସୀ ଭାରତୀୟ ମହିଳା, ଯିଏ ଡୋନାଲ୍ଡ ଟ୍ରମ୍ପଙ୍କୁ କରୁଛନ୍ତି ନାକେଦମ୍‌

କରୋନା ମହାମାରୀର ସଂକଟ ଭିତରେ ସବୁଠୁ ବେଶି ସମସ୍ୟା ଭୋଗୁଛି ଯୁକ୍ତରାଷ୍ଟ୍ର ଆମେରିକା । ହେଲେ ଏହି ସମୟରେ ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ନଭେମ୍ବର ୩ରେ ହେବାକୁ ଯାଉଛି ଏହି ନିର୍ବାଚନ । ଏହି ନିର୍ବାଚନରେ ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟସ୍ ଦଳର ଆଶାୟୀ ପ୍ରାର୍ଥୀ ହେଉଛନ୍ତି ଯୋ ବିଡେନ । ଯିଏକି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍‌ଙ୍କୁ ଟକ୍କର ଦେଉଛନ୍ତି । ଗତ ମଙ୍ଗଳବାର ଦିନ ନିଜ ବିିଡେନ୍ ତାଙ୍କ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସିଏ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସିନେଟର କମଳା ହ୍ୟାରିସ । ଏହାପରେ କମଳାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।

ଯୋ ବିଡେନ୍ ଟ୍ଵିଟ କରି ଲେଖିଛନ୍ତି ଯେ, “କମଳା ହ୍ୟାରିସଙ୍କୁ ଏହି ଯୁଦ୍ଧରେ ନିଜ ସାଥିରେ ନେଇ ମୁଁ ବହୁତ ଖୁସି । ଦେଶର ଜଣାଶୁଣା ସିନେଟରଙ୍କ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ମୁଁ ତାଙ୍କ ସହିତ ଅନେକ ସମୟ ପର‌୍ୟ୍ୟନ୍ତ କାମ ମଧ୍ୟ କରିଛି । ସେ ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ଖୁବ ପ୍ରଶଂସନୀୟ କାର‌୍ୟ୍ୟ ମଧ୍ୟ କରିଛନ୍ତି ।”

ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯିବା ପରେ କମଳ ହ୍ୟାରିସ ମଧ୍ୟ ପାର୍ଟିକୁ ଏବଂ ବିଡେନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ତେବେ ଆପଣ ମାନଙ୍କୁ ଜଣାଇବାକୁ ଚାହିଁବୁ ଯେ ୫୫ ବର୍ଷୀୟ କମଲା ହ୍ୟାରିସ ପ୍ରଥମ ଭାରତୀୟ ବଂଶୋଦଜଭବ ଭାବେ ଆମେରିକାରେ ଏତେ ବଡ଼ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏହା ପୂର୍ବରୁ ସିନେଟର ଭାବେ କାର‌୍ୟ୍ୟ କରିବାରେ ମଧ୍ୟ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଥିଲେ । ବିଗତ କିଛି ବର୍ଷ ହେଲା ଆମେରିକାରେ ଆଶ୍ରୟ ନେଇଥିବା ବିଦେଶୀ, ଏସୀୟ ଅଧିବାସୀଙ୍କ ତରଫରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଆନ୍ଦୋଳନ ଚାଲି ଆସିଛି । ଏହି ସମୟରେ କମଲା ହ୍ୟାରିସ ଉପରାଷ୍ଟ୍ରପତି ପଦବି ପାଇଁ ଫିଟ୍ ହେବେ ବୋଲି ଆଶା କରାଯାଉଛି ।


କମଲା ହ୍ୟାରିସ ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପନିଙ୍ଗ ଆରମ୍ଭ କରିଥିଲେ ଓ ପରେ ନିଜ ନାମ ଫେରାଇ ନେଇ ବିଡେନଙ୍କୁ ସମର୍ଥନ କରିଥିଲେ । ଆଗାମୀ ନଭେମ୍ବର ୩ରେ ହେବାକୁ ଯାଉଥିବା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ବାରକ ଓବାମା ତାଙ୍କୁ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ ମୁଁ ତାଙ୍କୁ ଅନେକ ସମୟରୁ ଚିହ୍ନିଛି । ଏହି ଦାୟିତ୍ୱ ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ।

ଅନ୍ୟପକ୍ଷରେ ଟ୍ରମ୍ପ କିନ୍ତୁ ଭୟଙ୍କର ଭାବେ କମଲାକୁ ସମାଲୋଚନା କରିଛନ୍ତି । ଖରାପ ଭାଷାରେ ଗାଳି କରିବାକୁ ମଧ୍ୟ ପଛାଇ ନାହାନ୍ତି । ହୁଏତ କମଲାଙ୍କ ପ୍ରାର୍ଥିତ୍ୱ ତାଙ୍କ ପାଇଁ ଘାତକ ପ୍ରମାଣିତ ହୋଇ ପାରେ । ଭାରତୀୟଙ୍କ ଭୋଟ୍ ତାଙ୍କ ବିରୋଧରେ ଯାଇ ପାରେ ବୋଲି ଚର୍ଚ୍ଚା ହେଉଛି । କମଳାଙ୍କ ମା ହେଉଛନ୍ତି ଭାରତୀୟ ଓ ତାଙ୍କ ବାପା ଜାମାଇକାର ଅଧିବାସୀ ଥିଲେ । ତାମିଲନାଡୁରେ କମଳାଙ୍କ ମୂଳ ପରିବାର ରୁହନ୍ତି । ପୂର୍ବରୁ ସେ ବହୁଥର ତାଙ୍କ ଘରକୁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.