Below header

ଦିଲ୍ଲୀ ରାସ୍ତା ପାଲଟିଲା ନଦୀ, ବଳଦ ଗାଡିରେ ଯାଉଥିବା ଲୋକେ କେମିତି ତଳେ ପଡୁଛନ୍ତି ଦେଖନ୍ତୁ

ଏମିତି ତ ଆପଣ ରାସ୍ତାରେ ଯାଉଥିବା ବେଳେ ଅନେକ ଅଭାବନୀୟ ଦୃଶ୍ୟ ଦେଖୁଥିବେ । ଖାସ୍ କରି ବର୍ଷା ମାସରେ ପାଣି ଜମିବାର ଅନେକ ସମସ୍ୟା ବିଭିନ୍ନ ଭାଇରାଲ ଭିଡିଓ ମାଧ୍ୟମରେ ନିହାତି ଦେଖିଥିବେ । ବର୍ଷା ପାଣିର କଥା ହେଲାବେଳେ ଆମେ ଆମ ରାଜଧାନୀ ଦିଲ୍ଲୀର କଥା କେମିତି ବା ଭୁଲି ପାରିବା । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରଲ ଭିଡିଓ କ୍ଲିପ ଦେଖାଇବୁ ଯାହାକୁ ଦେଖିଲା ପରେ ଆପଣ ଦିଲ୍ଲୀରେ ହୋଇଥିବା ପ୍ରଚୁର ବର୍ଷାର ଅନୁମାନ ଲଗାଇ ପାରିବେ। ବର୍ଷା ପାଣିରେ ରାଜଧାନୀ ଦିଲ୍ଲୀର ରାସ୍ତାଘାଟ ନଦୀ ପାଲଟିଛି । ଲୋକେ ରାସ୍ତା ଅତିକ୍ରମ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଭାଇରଲ ହୋଇଥିବା ଭିଡିଓ କ୍ଲିପ ଉପରେ ନଜର ପକାନ୍ତୁ । ଆପଣ ଦେଖିପାରୁଥିବେ କିଭଳି ରାସ୍ତାସାରା ବର୍ଷା ପାଣି ଉବୁଡୁବୁ ହୋଇଯାଇଛି । ଜମିଥିବା ପାଣିର ଗଭୀରତା ଏତେ ଅଧିକ ଯେ ଏକ ବଳଦଗାଡି ଉପରେ ଚଢି କିଛି ଲୋକ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି । ରାସ୍ତା ଅତିକ୍ରମ କରୁଥିବା ସମୟରେ ବଳଦ ଗାଡିଟି ମଧ୍ୟ ନିଜ ଭାରସାମ୍ୟ ହରାଇଛି। ଯାହା ଫଳରେ ଗାଡି ଉପରେ ବସିଥିବା ଲୋକମାନେ ମଧ୍ୟ ଦୁଲଦାଲ ହୋଇ ତଳେ ଗଳି ପଡିଛନ୍ତି। ଆପଣ ଦେଖୁଥିବା ଏହି ଦୃଶ୍ୟଟି ହେଉଛି ର୍ନୋଥ ଦିଲ୍ଲିର ତୁଗଲକାବାଦ ଅଣ୍ଡାରପୋସ ଅଞ୍ଚଳର। ମଣିଷ ତ ମଣିଷ , ବଳଦ ବି ଏହି ଜମିଥିବା ପାଣିକୁ ଅତିକ୍ରମ କରିବାରେ ଅସର୍ମଥ ହେଉଛନ୍ତି । ତେବେ ଆଜି ମଧ୍ୟ ରାଜଧାନୀ ଦିଲ୍ଲୀରେ ପ୍ରଚୁର ପରିମାଣରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


ରାଜଧାନୀରେ ଅନେକ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଆମେ ଆପଣଙ୍କୁ ଆଉ ଏକ ଭିଡିଓ କ୍ଲିପ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ବିଚିତ୍ର ଦୃଶ୍ୟକୁ,ଏହା ହେଉଛି ରାଜଧାନୀ ଦିଲ୍ଲୀର ଜଖୀରା ଅଣ୍ଡରପୋସ ଅଞ୍ଚଳର ଦୃଶ୍ୟ। କିଭଳି ରାସ୍ତାରେ ପେଟ ପର୍ଯ୍ୟନ୍ତ ଜମି ରହିଥିବା ପାଣିରେ ଏକ କାର ବୁଡି ରହିଛି, କାର ଭିତରେ କାର ଚାଳକ ଜଣକ ମଧ୍ୟ ଫସି ଯାଇଛନ୍ତି। ଆପଣ ଦେଖିପାରୁଥିବେ କିଭଳି କିଛି ଲୋକ ଏହି କାରଟିକୁ ଠେଲି ଠେଲି ବାହାରକୁ ନେଉଛନ୍ତି। ଏହି କାର ଚାଳକଙ୍କୁ ଯଦି ସମୟ ଥିବା ଭିତରେ ଲୋକମାନେ ସାହାଯ୍ୟ ନ କରିଥାନ୍ତେ , ତେବେ ହୁଏତ ବ୍ୟକ୍ତି ଜଣକ ନିଜ ଜୀବନ ହରାଇ ବସିଥାନ୍ତେ ।
ତେବେ ଏକ ଡିଟିସି ବସ୍, ଓଟୋ, ଟ୍ରାକ୍ଟର, ଓ ଏକ କାର ସେହି ଜଳାଭରାବ ମଧ୍ୟରେ ଫସି ଯାଇଥିଲା। ଆପଣ ଦେଖୁଥିବା ଏହି କାରଟିକୁ ତ କିଛି ଲୋକ ସାହାଯ୍ୟ କରି ଉଦ୍ଧାର କରିଦେଲେ । କିନ୍ତୁ ଅନ୍ୟ ଗାଡି ଗୁଡିକ ଏବେ ପର୍ଯ୍ୟନ୍ତ ସେଠାରେ ଫସି ରହିଛି।


ଆପଣଙ୍କୁ କହି ରଖୁଛୁ ଅଗଷ୍ଟ ମାସର ବର୍ଷା ତୁଳନାରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ୭୨ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ଆଇଏମ୍ଡି ଅନୁସାରେ ଗତ ୧୦ ବର୍ଷ ଭିତରେ ବୁଧବାର ଦିନ ସବୁଠାରୁ କମ୍ ପରିମାଣର ବର୍ଷା ହୋଇଛି ।  ଏହି ଭିଡଓଟିରେ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ଅବହେଳତା ଦେଖାଯାଉଛି । ଦିଲ୍ଲୀରେ ପ୍ରତିବର୍ଷ ଜମଥିବା ବର୍ଷା ପାଣି ସମସ୍ୟା ପ୍ରତି ଦିଲ୍ଲୀ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି ଯାହା ଦ୍ୱାରା ଜନ ସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.