Below header

ରାସ୍ତା ମଝିରେ ସିଆରସିସି ଓ ଶିକ୍ଷକଙ୍କ ଭିତରେ ଖଣ୍ଡଯୁଦ୍ଧ; ଅଭିଭାବକ, ପିଲାଙ୍କ ସାମ୍ନାରେ ହେଲେ ହାତାହାତି

ରାସ୍ତା ମଝିରେ ସିଆରସିସି ଏବଂ ଜଣେ ଶିକ୍ଷକଙ୍କ ଭିତରେ ଖଣ୍ଡଯୁଦ୍ଧର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। 

ଚାନ୍ଦବାଲି (କେନ୍ୟୁଜ): ରାସ୍ତା ମଝିରେ ସିଆରସିସି ଏବଂ ଜଣେ ଶିକ୍ଷକଙ୍କ ଭିତରେ ଖଣ୍ଡଯୁଦ୍ଧର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ନ୍ତି ସିଆରସିସି ଲମ୍ବୋଦର ସାହୁ ରାସ୍ତା ମଝିରେ ଟଣା ଘୋଷରା ଲାଗିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ହେଉଥିବା ଦେଖିବାକୁ ମିଳିଛି।

ଯାହାକୁ ନେଇ ଅଭିଭାବକ, ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ନପସନ୍ଦ କରିଛନ୍ତି । ରାସ୍ତା ମଝିରେ ଖଣ୍ଡଯୁଦ୍ଧ ଦେଖିବାକୁ ଛାତ୍ରଛାତ୍ରୀ, ଅବିଭାବକ ଏବଂ ବାଟୋଇ ଦେଖଣାହାରୀ ସାଜିଥିଲେ । ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନଥିବା ଦେଖିବାକୁ ମିଳିଛି। ଏଭଳିକି ଶିକ୍ଷକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅବିଭାବକ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.