ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

ଗ୍ରାଜୁଏସନ କିମ୍ବା ପିଜି କରିଥିଲେ ବ୍ୟାଙ୍କ ଚାକିରି ପାଇଁ କରନ୍ତୁ ଆବେଦନ । ନୈନିତାଲ ବ୍ୟାଙ୍କରେ ଖାଲିପଡିଛି ୧୦୦ରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ nainitalbank.co.in କୁ ଯାଇ ଆବେଦନ କରିପାରିବେ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନୈନିତାଲ ବ୍ୟାଙ୍କରେ ଖାଲିପଡିଛି ୧୦୦ରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ nainitalbank.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୧୧୦

କ୍ଲର୍କ ଏବଂ ମ୍ୟାନେଜମେଣ୍ଟ ଟ୍ରେନି

ଜରୁରୀ ତାରିଖ: ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୨୭ ଅଗଷ୍ଟ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଭର୍ତ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଗ୍ରାଜୁଏସନ କିମ୍ବା ପିଜି କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ଯାଏଁ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୦ ହଜାରରୁ ୪୭ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଦେଖନ୍ତୁ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.