ଗୁଜରାଟ ଭରୁଚରେ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୮ ଜଣ ମେଡିକାଲରେ ଭର୍ତ୍ତି

ଅଳ୍ପକେ ବର୍ତ୍ତିଗଲା ୨୦୦୦ କର୍ମଚାରୀଙ୍କ ଜୀବନ । ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ବିଷାକ୍ତ ଗ୍ୟାସ୍‌ ଲିକ୍‌ ସମୟରେ ଫ୍ୟାକ୍ଟ୍ରିରେ ୨୦୦୦ କର୍ମଚାରୀ ରହିଥିଲେ ।

ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ବିଷୟରେ ଖବର ପାଇଁ ଉପଜିଲ୍ଲାପାଳ, ଏସ୍ପି, ପୋଲିସ୍ ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ଲିକ୍ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ଖବର ମୁତାବକ, ଗୁଜରାଟର ଭରୁଚ ଜିଲ୍ଲା ଜାମ୍ବୁସାର ନିକଟ ଏକ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ ଲିକ୍ ହୋଇଥିଲା। ଉକ୍ତ ସମୟରେ କମ୍ପାନୀରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଥିଲେ। ସେମାନଙ୍କୁ ତୁରନ୍ତ ବାହାର କରାଯାଇଥିଲା । କିନ୍ତୁ ଟ୍ୟାଙ୍କ ପାଖରେ କାମ କରୁଥିବା କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମସ୍ତ ୨୮ ଜଣ ଚିକିତ୍ସିତ ହେଉଛନ୍ତି ।