ବର୍ଷା ଯୋଗୁଁ ତୃତୀୟ ଟି୨୦ ମ୍ୟାଚ ଡ୍ର , ୨-୦ରେ ଆୟରଲାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ

ଆୟରଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ସିରିଜ ଜିତିନେଇଛି ଭାରତ । ଫଳରେ ଭାରତ ସିରିଜକୁ ୨-୦ରେ ଜିତିନେଇଛି । ତୃତୀୟ ମ୍ୟାଚ୍‌ ଡ୍ର ରହିବାରୁ ଯୁବ ଖେଳାଳି ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିଥିଲେ ।

ଆୟରଲାଣ୍ଡ ବିପକ୍ଷ ଟି୨୦ ସିରିଜକୁ ୨-୦ରେ ଜିତିଛି ଭାରତ । ତୃତୀୟ ଟି୨୦ ମ୍ୟାଚରେ ବର୍ଷା ବାଧକ ସାଜିବାରୁ ମ୍ୟାଚ୍‌କୁ ଡ୍ର କରାଯାଇଥିଲା । ବର୍ଷା ଯୋଗୁଁ ଟସ୍‌ ମଧ୍ୟ ହୋଇପାରିଲା ନାହିଁ । ଶେଷରେ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ କରିଛି ।

ତୃତୀୟ ଟି-୨୦କୁ ଅମ୍ପାୟାରମାନେ ରଦ୍ଦ ନେଇ ଘୋଷଣା କରିବା ପରେ ଟିମ୍ ଇଣ୍ଡିଆ ୨-୦ରେ ଏହି ସିରିଜରେ ବିଜୟ ହାସଲ କରିଛି । ଆଜି ଜିତିଥିଲେ ଭାରତ ନିକଟରେ କ୍ଲିନ୍ ସ୍ୱିପ କରିବାର ସୁଯୋଗ ରହିଥିଲା । ମାତ୍ର ମ୍ୟାଚ ବାତିଲ ହେବା ଫଳରେ ଭାରତ ସିରିଜରେ ବିଜୟ ହାସଲ କରିନେଇଛି । ଏହା ପୂର୍ବରୁ ଭାରତ ପ୍ରଥମ ଓ ଦ୍ୱିତୀୟ ଟି-୨୦ରେ ବିଜୟ ହାସଲ କରିଥିଲା ।

ସ୍ଥାନୀୟ ସମୟ ଅନୁସାରେ ୩.୩୦ରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗୁଁ ୫.୫୦ ଯାଏ ବର୍ଷା ହୋଇଥିଲା । ଏହା ପରେ ବର୍ଷା ବନ୍ଦ ହେବା ପରେ ଅମ୍ପାୟର ମଇଦାନକୁ ଯାଇ ପିଚ୍‌ ଅନୁକୂଳ ରହିଛି ନା ନାହିଁ ତାହା ତଦାରଖ କରିବା ପରେ ଡ୍ର କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ପୂର୍ବରୁ ଭାରତ ଗତ ୨୦୧୮ରେ ଓ ୨୦୨୨ରେ ମଧ୍ୟ ଆୟରଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିବା ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ରହିବା ସହିତ ସିରିଜକୁ କବଜା କରିନେଇଥିଲା । ମ୍ୟାଚ ରଦ୍ଦ ହେବା କାରଣରୁ ଯୁବବାହିନୀ ତୃତୀୟ ଟି୨୦ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.