ରାସନ ସାମଗ୍ରୀକୁ ହଡ଼ପ କରିନେଲେ ରିଟେଲର ବାବୁ

ଲୋକଙ୍କ ରାସନ ସାମଗ୍ରୀକୁ ହଡପ କରିନେଲେ ରିଟେଲର ବାବୁ। ଖାଉଟିଆଙ୍କ ପାଇଁ ସରକାର ଯୋଗାଉଥିବା ଖାଦ୍ୟ ସାମଗ୍ରୀକୁ ନିଜ ହିସାବରେ ଅଧା କରି ଦେଉଥିଲେ । ପରେ ଦିଆଯିବ କହି ଲୋକଙ୍କୁ ଠକି ଚାଲୁଥିଲେ । ଲୋଭ ତାଙ୍କୁ ଏମିତି ବାୟା କଲା ଯେ ଥରେ ଭାବିଲେନି ଏହାର ପରିଣାମ କଣ ହେବ । ଏମିତି କାମ ଚୋରି କରିବା ସହ ସମାନ । ବାରମ୍ବାର ଏଭଳି ହେବାରୁ ଏବେ ଲୋକଙ୍କର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଠକ ରିଟେଲର ବାବୁଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ କରି ତୁରନ୍ତ ଦଣ୍ଡ ଦେବାକୁ ଦାବି କରାଯାଇଛି । ଏଭଳି ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଏକ ମହତ ଯୋଜନା ଭିତରୁ ଏକ । ବିନା ମୁଲ୍ୟରେ ଖାଉଟିଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ଏହା ଏକ ବଢିଆ ବ୍ୟବସ୍ଥା । ହେଲେ କିଛି ରିଟେଲର ବାବୁ ଏଥିରେ ମନମାନି କରିଚାଲୁଛନ୍ତି । ଆମେ କହୁଥିବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଂଜଆଡିଆ ପଂଚାୟତରେ। ଏଠାକାର ରିଟେଲର ଖାଉଟିକୁ 20କିଲୋ ବଦଳରେ 10କିଲୋ ସାମଗ୍ରୀ ଦେଉଛନ୍ତି ତ ପୁଣି କାହାକୁ ନଦେଇ ସରିଯାଇଛି କହି ଆର ଥରକ ଆସିଲେ ଦିଆଯିବ କହି ଖାତାରେ ଲେଖି ଦେଉଛନ୍ତି। ପୁଣି ଅନ୍ତଦ୍ଵୟ ଯୋଜନାରେ ମଧ୍ୟ ରିଟେଲର 35କିଲୋ ବଦଳରେ 10କିଲୋ ଦେଇ ବିଦା କରିଦେଉଛନ୍ତି ବୋଲି ଅଭିଯୋଗ ଆସିଛି ।

ଏହି ବ୍ଲକରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନୀୟମିତତା ବିବାଦ ପିଛା ଛାଡୁନି। ଅନେକ ସମୟରେ ଯୋଗାଣ ସାମଗ୍ରୀ ପ୍ରଦାନକୁ ନେଇ ବହୁ ଅଭିଯୋଗ ଆସୁଥିଲେ ବି ପ୍ରଶାସନିକ ସ୍ତରରେ କିଛି କଡ଼ା ବ୍ୟବସ୍ଥା ଗ୍ରହଣ ନକରାଯିବାରୁ ରିଟେଲରମାନଙ୍କ ମନମାନୀ ବଢି ବଢି ଚାଲିଛି।

କରୋନା ମହାମାରୀ ଠାରୁ ସରକାର ମାଗଣା ସାମଗ୍ରୀ ସହ ଟଙ୍କାକିଆ ଚାଉଳ ପ୍ରଦାନ କରି ଆସୁଥିଲେ। ହେଲେ ଚାଉଳକୁ ବନ୍ଦ କରାଯାଇ ଖାଉଟିଙ୍କୁ ମାଗଣାରେ ମୁଣ୍ଡପିଛା 5 କିଲୋ ସାମଗ୍ରୀ ମିଳୁଥିବା ବେଳେ ରିଟେଲର ବାବୁ ଜଣକ ମଝିରେ ମଝିରେ 2ମାସ ଚାଉଳ ନଦେଇ ଠକୁଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏଥିସହିତ ବିଶେଷ ପାଠ ପଡିନଥିବା ଗରିବ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଇ ଥରେ ସାମଗ୍ରୀ ଆଣିଲେ ଦୁଇ ବାରିର ଖାତାରେ ପକାଇ ଦେଉଛନ୍ତି । ତାସହିତ ସାମଗ୍ରୀ ଦେବା ପୂର୍ବରୁ ହିତାଧିକାରୀମାନଙ୍କ ଆଖି ସ୍କାନିଂ ହେଲାନି ଆଳ ଦେଖାଇ ଆଉ ଥରେ ନେଇ ଯାଉଥିବା ଅଭିଯୋଗ ଆଣିଛନ୍ତି।

ଏହି ଘଟଣାକୁ ନେଇ କିଛି ହିତାଧିକାରୀ ରିଟେଲର ଘର ସମ୍ମୁଖରେ ପ୍ରତିବାଦ କରିବା ସହ ସମ୍ପୃକ୍ତ ରିଟେଲରଙ୍କ ବିରୁଦ୍ଧରେ କଢା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରିଟେଲର ବଦଳ କରିବାକୁ ଦାବୀ କରିଛନ୍ତି। ଏହି ରିଟେଲର ବାବୁ ଜଣକ ଫେବୃଆରୀ ଓ ମାର୍ଚ ମାସ ଚାଉଳ ଦେଇ ନ ଥିବା ବେଳେ ବର୍ତମାନ ଆସିଥିବା 3 ମାସର ଚାଉଳକୁ 2 ମାସ ଦେଇ ଆଉ ଆସିଲେ ଦେବ ବୋଲି କହି ଚୁପ ବସିଯାଇଛନ୍ତି । ଏସବୁ କାରଣରୁ ଏବେ ଖାଉଟିଆ ରିଟେଲର ଘର ଆଗରେ ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ଯଦି ପ୍ରଶାସନ ଆମ କଥା ନସୁଣନ୍ତି ତେବେ ରାଜ ରାସ୍ତାକୁ ଓହ୍ଲାଇବାର ଚେତାବନୀ ମଧ୍ୟ ଦେଇଛନ୍ତି ଖାଉଟି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବହୁ ହିତାଧିକାରୀ ନ୍ୟାୟ ପାଇବା ସହିତ ରିଟେଲରଙ୍କ ବିରୁଦ୍ଧରେ କଢା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ଯୋଗାଣ ବିଭାଗ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ପଚାରିବାରୁ ଅଭିଯୋଗ ଆସିଥିବା କଥା କହିବା ସହ ତୁରନ୍ତ ଚାଉଳ ଦିଅଯିବ ବୋଲି କହିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.