Below header

୯ ବର୍ଷ ବୟସରେ ଦିବ୍ୟାଙ୍କ କମାଲ, ବିନା ତାଲିମରେ ରାଜ୍ୟ ଚେସ୍ ଚମ୍ପିୟାନସିପରେ ହେଲେ ଚମ୍ପିୟାନ

କଟକ ମଙ୍ଗଳାବାଗ ଅଞ୍ଚଳରେ ରହୁଥିବା ଇ ସୁରେଶ ରାଓଙ୍କ ଝିଅ ଇ ଦିବ୍ୟା ୯ ବର୍ଷ ବୟସରେ ରାଜ୍ୟର ଚମ୍ପିୟାନ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବିନା ତାଲିମ ରେ ୯ବର୍ଷ ବୟସର କୁନି ଝିଅ ଦିବ୍ୟା ୯ ବର୍ଷରୁ କମ ବୟସ ବାଳିକା ଵର୍ଗରେ ରାଜ୍ୟ ଚେସ୍ ଚମ୍ପିୟାନସିପରେ ଚମ୍ପିୟାନ ହୋଇଛନ୍ତି ।

ବୟସ ମାତ୍ର ୯ ବର୍ଷ । ୯ ବର୍ଷ ବୟସରେ ରାଜ୍ୟର ଚମ୍ପିୟାନ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଏହି କୁନି ଝିଅ । ବିନା ତାଲିମ ରେ ୯ବର୍ଷ ବୟସର କୁନି ଝିଅ ଦିବ୍ୟା ୯ ବର୍ଷରୁ କମ ବୟସ ବାଳିକା ଵର୍ଗରେ ରାଜ୍ୟ ଚେସ ଚମ୍ପିୟାନସିପରେ ଚମ୍ପିୟାନ ହୋଇଛନ୍ତି । ଏପରି କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସେ । ଛୋଟ ବେଳୁ ବାପାଙ୍କ ଠାରୁ ଚେସ୍ ଖେଳ ଶିଖୁଛନ୍ତି । ବାପାଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ବାହାରେ ତାଲିମ ଦେଇ ପାରି ନଥିଲେ । ଏହି ଚେସ୍ ଖେଳରୁ ସେ ଏମିତି ଚମ୍ପିୟାନ ହେବେ କେହି ଭାବି ବି ନଥିଲେ । ଏବଂ ଆଜି ଏହି ସ୍ଥାନ ଅଧିକାର କରି ସମସ୍ତଙ୍କ ମନରେ ଏକ ଭିନ୍ନ ବିଶ୍ବାସ ଜନ୍ମାଇଛନ୍ତି । ଚେସ୍ ପ୍ରତି ଅହେତୁକ ଦୁର୍ବଳତା ପାଇଁ ଆଜି ନିଜ ଉଦ୍ୟମରେ ଏହି ସଫଳତା ପାଇଛନ୍ତି । ବାପାଙ୍କ ସହିତ ଖେଳି ଖେଳି ଅଭ୍ୟାସ କରିଛନ୍ତି ଏହି କୁନି ଝିଅ ଜଣଙ୍କ, ଯାହା ଆଜି ତାଙ୍କୁ ଚମ୍ପିୟାନ ହେବାର ବିଜୟ ମୁକୁଟ ପିନ୍ଧାଇଛି ।

ତେବେ ଏହି କୁନି ଝିଅ ଜଣଙ୍କ ହେଉଛନ୍ତି କଟକ ମଙ୍ଗଳାବାଗ ଅଞ୍ଚଳରେ ରହୁଥିବା ଇ ସୁରେଶ ରାଓଙ୍କ ଝିଅ ଇ ଦିବ୍ୟା । ଦିବ୍ୟାଙ୍କ ବାପା ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥବାବେଳେ ଝିଅକୁ କାହାଠାରୁ ତାଲିମ ଦେଇନାହାନ୍ତି କି ଆନୁଷ୍ଠାନିକ ପ୍ରଶିକ୍ଷଣ ପାଇଁ ଏକାଡେମୀ ପଠାଇ ନାହାନ୍ତି । ବିନା ତାଲିମରେ ଦିବ୍ୟା ଚେସରେ ରାଜ୍ୟ ଚମ୍ପିୟାନ ହୋଇ ନିଜର ପ୍ରତିଭାର ପରିଚୟ ଦେବା ସହ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି । ଛୋଟ ବେଳୁ ବାପାଙ୍କ ସହ ଘରେ ଚେସ୍ ଖେଳି ଖେଳି ପାରଙ୍ଗମ ହୋଇଯାଇଛନ୍ତି । ଚେସ୍ ବୋର୍ଡର ୬୪ ଘରେ ଦିବ୍ୟାଙ୍କୁ ଚେକ୍ ଦେବା ଏବେ ତାଙ୍କ ବୟସର ଖେଳାଳିଙ୍କ ଲାଗି ଚ୍ୟାଲେଜିଂ ହୋଇଛି । ନିକଟରେ କଟକରେ ଅନୁଷ୍ଠିତ ରାଜ୍ୟ ୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତାରେ ଦିବ୍ୟା ବାଳିକା ବର୍ଗରେ ଚମ୍ପିୟାନ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଚେସ୍ ଏକାଡେମୀ ଏବଂ ଅଭିଜ୍ଞ ଗୁରୁମାନଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଖେଳାଳିଙ୍କୁ ବେଶ ସହଜରେ ହରାଇ ପାରିଛନ୍ତି ଦିବ୍ୟା ।

ଦିବ୍ୟାଙ୍କ ଏହି ସଫଳତା ପରେ ଦିବ୍ୟାଙ୍କ ପରିବାର ଲୋକ ବେଶ ଖୁସି ଅଛନ୍ତି । ଦିବ୍ୟାଙ୍କୁ ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି ଦିବ୍ୟାଙ୍କ ବାପା ସୁରେଶ । ସୁରେଶ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଏହା ଭିତରେ ଦିବ୍ୟାଙ୍କ ସଫଳତା ବାପା ସୁରେଶଙ୍କୁ ଆନନ୍ଦ ଦେଉଥିବା ବେଳେ ଜାତୀୟ ସ୍ତରରେ ଦିବ୍ୟାଙ୍କୁ ପଠାଇବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଯଦି ଦିବ୍ୟାଙ୍କ ପାଇଁ କିଛି ସରକାରୀ ସାହାଯ୍ୟ ମିଳି ପାରନ୍ତା ତାହାଲେ ଦିବ୍ୟା ଜାତୀୟ ସ୍ତରରେ ରାଜ୍ୟର ନାଁ କରିବାରେ ସୁଯୋଗ ପାଇ ପାରନ୍ତେ ବୋଲି ଦିବ୍ୟାଙ୍କ ବାପା କହିଛନ୍ତି ।

କୁନି ଝିଅ ଦିବ୍ୟା ଆଖିରେ ଆଖିଏ ସ୍ୱପ୍ନ । ରାଜ୍ୟ ଚମ୍ପିୟାନ ହେବା ପରେ ଗ୍ରାଣ୍ଡ ସ୍ଲାମ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦିବ୍ୟା । ବିନା ତାଲିମରେ ଚମ୍ପିୟାନ ହୋଇଥିବା ଦିବ୍ୟାଙ୍କୁ ଯଦି ତାଲିମ ମିଳିବ ତାହାଲେ ନିହାତି ଭାବରେ ଆଗାମୀ ଦିନରେ ସେ ଆହୁରି ଆଗକୁ ଯାଇ ଅନେକ ସଫଳତା ଆଣି ପାରିବେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.