Below header

ଦୁଇଟି ଶ୍ରେଣୀ ଗୃହରେ ଅଙ୍ଗନବାଡି କେନ୍ଦ୍ର ସହ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ଚାଲିଛି ପାଠପଢା

ସରକାର ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାହାକି ଏବେବି ଉପାନ୍ତ ଅଞ୍ଚଳ ମାନଙ୍କରେ ପହଞ୍ଚି ପାରୁନାହିଁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ ପଟ୍ଟାମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ବଣାଇ(କେନ୍ୟୁଜ୍): ସରକାର ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାହାକି ଏବେବି ଉପାନ୍ତ ଅଞ୍ଚଳ ମାନଙ୍କରେ ପହଞ୍ଚି ପାରୁନାହିଁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ ପଟ୍ଟାମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଦୁଇଟି ଶ୍ରେଣୀ ଗୃହରେ ଅଙ୍ଗନୱାଡି ଶିଶୁଙ୍କ ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।

ଏହି ସ୍କୁଲ ପରିସର ମଧ୍ୟରେ ଏକ ଅଙ୍ଗନୱାଡି କେନ୍ଦ୍ର ରହିଛି। କିନ୍ତୁ ସେହି କୋଠାଟି ବହୁତ ପୁରୁଣା ହେବା ସହ ଛାତ ଉପରୁ ପାଣି ଗଳି ଅନାବନା ଘାସ, ଗଛ ଉଠି ରହିଛି, ଛାତ ର ଛଡ଼ ଗୁଡିକ ଦେଖାଯିବା ସହିତ ଅତି ବିପଦ ସଙ୍କୁଳ ଅବସ୍ଥାରେ ରହି ଥିବାରୁ ସେହି ଗୃହକୁ ଅଯୋଗ୍ୟ ଘୋଷଣା କରାଯାଇଛି । ତେଣୁ ପାଠ ପଢୁଥିବା ୩୦ ଜଣ କୁନି କୁନି ଶିଶୁ ସକାଳ ଆଠଟାରୁ ଦଶଟା ପର୍ଯ୍ୟନ୍ତ ବିଦ୍ୟାଳୟ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି।

ଦଶଟା ବାଜିଲା ମାତ୍ରେ ସେହି ବିଦ୍ୟାଳୟକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ ଜଣ ଛାତ୍ରଛାତ୍ରୀ ପଢିବା ପାଇଁ ଆସିଥାନ୍ତି। ଫଳରେ ବାଧ୍ୟ ହୋଇ ଅଙ୍ଗନୱାଡି ଶିଶୁ ମାନଙ୍କୁ ବିପଦପୂର୍ଣ୍ଣ କୋଠା ଗୃହକୁ ପଢିବା ପାଇଁ ପଠାଯାଏ । ସେଭଳି ବିଦ୍ୟାଳୟର ପାଞ୍ଚଟି ଶ୍ରେଣୀ ଗୃହରୁ ତିନୋଟି ବିପଦପୂର୍ଣ୍ଣ ଗୃହ ଭାବେ ଘୋଷଣା କରିଥିବା ବେଳେ ଦୁଇଟି ଗୃହକୁ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ମରାମତି କରାଯାଇ ଅସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଥିବାରୁ ବାଧ୍ୟ ହୋଇ ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଅନ୍ୟ ଶ୍ରେଣୀ ଗୃହରେ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି। ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଗୃହ ନ ଥିବାରୁ ବିପଦପୂର୍ଣ୍ଣ ଘରେ ରୋଷେଇ କରୁଥିବା ଦେଖାଦେଇଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନ ଥିବାରୁ ସେଠାରେ ବିପର୍ଯ୍ୟସ୍ତ ଭାବେ ରହିଥିବା ଗୋଟାଏ ଶୌଚାଳୟକୁ ସମସ୍ତେ ବ୍ୟବହାର କରୁଥିବା ଦେଖାଯାଉଛି।

child

ଜିଲ୍ଲା ଖଣିଜ ପାଣ୍ଠିରୁ ଏକ ଫଳକ ୦୮.୦୬.୨୦୨୨ ରେ କାର୍ଯ୍ୟ ଶେଷ ଲେଖା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଉପାନ୍ତ ଅଞ୍ଚଳକୁ ଏବେବି ଅଣଦେଖା କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଞ୍ଚିତ ହେଉଥିବା ନେଇ ଆମେ ଲହୁଣୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିଥିଲୁ। ସେ କହିଥିଲେ ଏ ବିଷୟରେ ତାଙ୍କ ପାଖକୁ ଅଭିଯୋଗ ଆସିଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଛି।

ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ କରାଯାଉଥିବାବେଳେ ଏହି ବିଦ୍ୟାଳୟଟି ଅବହେଳିତ ହୋଇପଡିରହିଛି । ଏହି ବିଦ୍ୟାଳୟଟିର ନୂତନ ଗୃହ କେବେ ନିର୍ମାଣ ହବ ଆଉ ଭଲରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ତାହା ଦେଖିବାକୁ ବାକିରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.