୧୬ ଭିକାରୀଙ୍କୁ ବିମାନରୁ ଓହ୍ଲାଇଦେଲା ପାକିସ୍ତାନ, ଉମରାହ ତୀର୍ଥଯାତ୍ରୀ ବେଶରେ ଯାଉଥିଲେ ସାଉଦି ଆରବ

ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ପାକିସ୍ତାନ। ପାକିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ‘FIA’ ଦୁଇ ଦିନ ତଳେ ମୁଲତାନ ବିମାନବନ୍ଦରରେ ଚଢ଼ାଉ କରିଥିଲା। ଏହି ସମୟରେ ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲା FIA।

ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ପାକିସ୍ତାନ। ପାକିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ‘FIA’ ଦୁଇ ଦିନ ତଳେ ମୁଲତାନ ବିମାନବନ୍ଦରରେ ଚଢ଼ାଉ କରିଥିଲା। ଏହି ସମୟରେ ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲା FIA। କୁହାଯାଉଛି ଯେ ଏହି ଭିକାରୀମାନେ ଉମରାହ ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯାଉଥିଲେ।

FIA ଅନୁସାରେ, ୧୬ ଜଣ ଭିକାରୀଙ୍କ ମଧ୍ୟରୁ ୧୧ ଜଣ ମହିଳା, ୪ ଜଣ ପୁରୁଷ ଏବଂ ଜଣେ ପିଲା ସାମିଲ ଥିଲା। ଇମିଗ୍ରେସନ ପ୍ରୋସେସ୍‌ ସମୟରେ FIA ଅଧିକାରୀମାନଙ୍କର ସନ୍ଦେହ ହେବାରୁ ଯାତ୍ରୀମାନଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଭିକାରୀମାନେ ଭିକ୍ଷାବୃତ୍ତି କରିବା ପାଇଁ ସାଉଦି ଆରବ ଯାଉଥିଲେ।

ଭିକାରୀମାନଙ୍କ କହିବା ହେଲା, ଭିକ୍ଷାବୃତ୍ତିରୁ ହେଉଥିବା ଆୟର ଅଧା ଭାଗ ନିଜ ଯାତ୍ରା ବ୍ୟବସ୍ଥାରେ ସାମିଲ ଏଜେଣ୍ଟ୍‌ମାନଙ୍କୁ ଦେବାକୁ ହେବ। ଉମରାହ ଭିସାର ଅବଧି ସମାପ୍ତ ହେବା ପରେ ସେମାନେ ପାକିସ୍ତାନ ଫେରି ଆସି ଥାଆନ୍ତେ। FIA ମୁଲତାନ ସର୍କଲ ଯାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଗିରଫ କରିଛି।

ସୂଚନାଥାଉ କି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ସିନେଟ୍‌ ସମିତି ପ୍ରବାସୀ ପାକିସ୍ତାନୀଙ୍କ ଉପରେ ଦିନକ ପୂର୍ବରୁ ଖୁଲାସା କରିଥିଲା ଯେ ଭିକାରୀମାନଙ୍କୁ ଅବୈଧ ରାସ୍ତା ଜରିଆରେ ବିଦେଶ ପଠାଯାଉଛି। ମନ୍ତ୍ରଣାଳୟର ସଚିବ ସିନେଟ୍‌ ପ୍ୟାନେଲକୁ କହିଥିଲେ, ବିଦେଶରେ ଧରାପଡ଼ିଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ପାକିସ୍ତାନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.