Below header

ଆଜିଠୁ ବଦଳିବ ପାଣିପାଗ: ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ କିନ୍ତୁ ଆକାଶ ମେଘାଛନ୍ନ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।

ପରବର୍ତ୍ତୀ ସମୟରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆହୁରି ଘନୀଭୂତ ହେବ । ୧୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି। ଆଜିଠୁ ବଦଳିବ ପାଣିପାଗ । ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ । ଆକାଶ ମେଘାଛନ୍ନ ରହିବ । ରାତିର ତାପମାତ୍ରା ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଶୀତର ବିଶେଷ ପ୍ରଭାବ ରହିବ ନାହିଁ । ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.