Below header

ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ୫-ଟିକୁ ଆଧାର କରି ସରକାର ଏହାକୁ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ ମାନି କାମ କରିବେ ।

ନବୀନ କହିଛନ୍ତି, ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ । ନିଜେ ଆପଣଙ୍କୁ ଫୋନ୍‌ କରିବି । ଥାନା ଓ ହସ୍ପିଟାଲରେ କିପରି ସୁବିଧା ପାଉଛନ୍ତି, ସେ କଥା ପଚାରି ବୁଝିବେ । ଏହା ସହ ଥାନାରେ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଯାଉଛି, ସେ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ । ମନ୍ତ୍ରୀମାନେ ମଧ୍ୟ ଲୋକଙ୍କୁ ଫୋନ୍‌ କରିବେ । ସରକାରୀ ଅଫିସରରେ ସୁବିଧା ଅସୁବିଧା କଥା ଫୋନ୍‌ କରି ମନ୍ତ୍ରୀମାନେ ପଚାରି ବୁଝିବେ । ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମଧ୍ୟ ସରକରୀ ଅଫିସରେ ମିଳୁଥିବା ସେବା ବିଷୟରେ ପଚାରି ବୁଝିବେ ।

ଏହା ବ୍ୟତୀତ ବିଜୁଳି ସମସ୍ୟାର ସମାଧାନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି କାହା ଘରେ ବିଜୁଳି ସଂଯୋଗ ହୋଇନାହିଁ, ସେମାନେ ପଞ୍ଚାୟତ ଅଫିସରେ ଦରଖାସ୍ତ ଦେବେ । ଏହାର ୪୮ ଘଣ୍ଟା ଭିତରେ ସେମାନଙ୍କ ଘରକୁ ବିଜୁଳି ସଂଯୋଗ କରାଯିବ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ପ୍ରଥମ ଥର ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । କିନ୍ତୁ ଚଳିତବର୍ଷ ପରେଡ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.