Below header

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କ ଯତ୍ନ ନେଇ ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି। ଏହି ଅବସରେ ସେକେଣ୍ଡ ୱେଭ୍‌ରେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ନବୀନ। ବର୍ତ୍ତମାନ ସଂକ୍ରମଣ ହାର ଖସୁଛି, ପରିସ୍ଥିତି ନିୟନ୍ତ୍ରଣାଧୀନ । ସମ୍ଭାବ୍ୟ ତୃତୀୟ ଲହର ନେଇ ଅନେକ ରିପୋର୍ଟ ଆସୁଛି।

naveen

ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଶୁଙ୍କ ଯତ୍ନ ପାଇଁ ଭିତ୍ତିଭୂମି ବିକାଶ କରିବାକୁ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଶିଶୁ ଚିକିତ୍ସା ଲାଗି କ୍ଷମତା ବୃଦ୍ଧି କରିବାକୁ ଶିଶୁଙ୍କ ଯତ୍ନ ପାଇଁ ଡାକ୍ତରଙ୍କୁ ତାଲିମ ଦେବା ଗୁରୁତ୍ୱପୂର୍ଣ୍ଣ। ତେଣୁ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜେନେରାଲ ଡେପୁଟୀ ମେଡିକାଲ ଅଫିସର ଓ ନର୍ସିଂ ଅଫିସରଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଇଛି। ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀ ଅନେକ କୋଭିଡ୍‌ ଟ୍ରେନିଂ କ୍ୟାପ୍‌ସୁଲସ୍‌, ସଚେତନମୂଳକ ଭିଡିଓ ଏବଂ ଆଗଧାଡ଼ିର ଯୋଦ୍ଧାଙ୍କ ଲାଗି ପକେଟ୍‌ ବୁକ୍‌ ଉଦ୍‌ଘାଟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.