Below header

ରାଉରକେଲା: ପୋଲିସ ପୋଷାକାରେ ବଟି ଆଦାୟ କରୁଥିଲା ନକଲି ପୋଲିସ, ଗିରଫ କଲା ଅସଲି ପୋଲିସ

ରାଉରକେଲା(କେନ୍ୟୁଜ୍):   ନକଲି ପୋଲିସ କୁ ଧରିଲା ଅସଲି ପୋଲିସ । ପେଟ୍ରୋଲିଂ ବେଳେ ରାଉରକେଲାରେ ଜଣେ ନକଲି ଯୁବ ସବ ଇନିସ୍ପେକ୍ଟରକୁ ଧରି ଗିରଫ କରିଛି ସେକ୍ଟର ୧୫ ଥାନା ପୋଲିସ। ସେକ୍ଟର ୧୫ ଅଞ୍ଚଳରେରେ ରହୁଥିବା ଅଶୋକ ଜେନା ନାମକ ଜଣେ ୨୧ବର୍ଷୀୟ ଯୁବକ ପୋଲିସ ପୋଷାକ ପିନ୍ଧି ନିଜ ବାଇକରେ ସେକ୍ଟର ୧୮ ମାର୍କେଟରେ ବୁଲୁଥିବା ବେଳେ ଧରାପଡିଲା ପୋଲିସ ପେଟ୍ରୋଲିଂ ଭ୍ଯାନ ହାତରେ।

ସନ୍ଦେହ ହେବାରୁ ପେଟ୍ରୋଲିଂରେ ଥିବା ପୋଲିସ କର୍ମଚାରୀ ଯୁବକଙ୍କୁ ପଚରା ଉଚୁରା କରିବାରୁ ଯୁବକ ଜଣଙ୍କ ନକଲି ପୋଲିସ ବୋଲି ଜଣାପଡିଥିଲା ।ପୋଲିସ ସବ ଇନସ୍ପେକ୍ଟର କହି ସାଧାରଣ ଲୋକଙ୍କ ନିକଟରୁ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଅଭିଯୋଗ ସମ୍ପର୍କରେ ତଦନ୍ତ ଜାରି ରଖିଛି ।।ସେକ୍ଟର ୧୫ ଥାନା ପୋଲିସ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନକଲି ପୋଲିସ ପୋଷାକ, ଟୋପି,ବେଲ୍ଟ, ମୋବାଇଲ ଏବଂ ବାଇକ ଜବତ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.