Below header

ଶରୀରରେ ରକ୍ତ ଅଭାବ ଦେଖାଗଲେ ଦେଖାଯାଏ ଏହି ଲକ୍ଷଣ, ଏମିତି ଦୂର କରନ୍ତୁ ଏନିମିଆ

ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ସବୁ ଭିଟାମିନ ଓ ମିନେରାଲ୍‌ସ ଆବଶ୍ୟକ ହୋଇଥାଏ । ବେଳେ ବେଳେ ଶରୀରରେ ଭିଟାମିନର ଅଭାବ ହେଲେ ଜଣାପଡେନାହିଁ । ସେହିପରି ରକ୍ତର ଅଭାବ ହେଲେ ଲୋକେ ବୁଝି ପାରନ୍ତି ନାହିଁ । ମାତ୍ର ରକ୍ତ ଅଭାବ ହେଲେ ମୁଣ୍ଡ ଘୁରାଇବା, ଦୁର୍ବଳ ଲାଗିବା ଓ ବେହୋସ ହେବାର ଲକ୍ଷଣ ଦେଖାଯାଏ । ଏଭଳି ସ୍ଥିତିରେ ଏନେମିଆ ସମସ୍ୟା ଦେଖାଯାଏ । ଆସନ୍ତୁ ଜାଣିବା ରକ୍ତର ଅଭାବ ହେଲେ କ’ଣ ଲକ୍ଷଣ ଦେଖାଯାଏ ଓ ଏହାକୁ କିପରି ପୂରଣ କରିପାରିବ ।

ରକ୍ତ ଅଭାବର ଲକ୍ଷଣ

୧. ଦୁର୍ବଳ ଅନୁଭବ କରିବା

୨. ମୁଣ୍ଡ ଘୁରାଇବା

୩. ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

୪. ମୁଣ୍ଡ ବିନ୍ଧିବା ଓ ହାତ ଗୋଡ଼ ଥଣ୍ଡା ଲାଗିବା

୫. ଧମନୀ ଜୋରରେ ଚାଲିଥାଏ

palak
photo credit: KHAUTI

ଖାଇବାରେ ଏହି ଜିନିଷକୁ କରନ୍ତୁ ସାମିଲ୍‌

୧. ପାଳଙ୍ଗ – ଶରୀରରେ ଆଇରନ୍‌ ଅଭାବ ହେଲେ ରକ୍ତର ଅଭାବ ହୋଇଥାଏ । ତେଣୁ ଖାଦ୍ୟରେ ପାଳଙ୍ଗ ଶାଗ ସାମିଲ କରନ୍ତୁ । ଏଥିରେ ଥିବା ଆଇରନ୍‌ ରକ୍ତ ଅଭାବ ପୁରଣ କରିଥାଏ ।

୨. ଟମାଟର – ଯଦି ଆପଣ ଏନେମିଆର ଶିକାର ହୋଇଥାନ୍ତି ଆପଣ ଖାଦ୍ୟରେ ଟମାଟର ନିଶ୍ଚୟ ସାମିଲ କରନ୍ତୁ । ଏହାକୁ ସଲାଡ,ସୁପ ବା ସବଜିରେ ଖାଇ ପାରିବେ ।

kishmish
photo credit: India mart

୩. କଦଳୀ – ରକ୍ତ କମ ହେଲେ ଆପଣ ଦୈନିକ କଦଳୀ ଖାଆନ୍ତୁ । ଏଥିରେ ଥିବା ଭରପୁର ଆଇରନ୍‌ ଓ ପୋଟାସିୟମ ରକ୍ତ ଅଭାବ ପୁରଣ କରିଥାଏ ।

୪. କିସ୍‌ମିସ୍‌ – ଶରୀରରେ ରକ୍ତ ଅଭାବ ହେଲେ ଦୈନିକ ୪/୫ ଟି କିସ୍‌ମିସ୍‌ କୁ ଧୋଇ ଖିରରେ ଫୁଟାଇ ଦିଅନ୍ତୁ । ଏବେ ଏହାକୁ ଅଳ୍ପ ଉଷୁମ ଥିବା ବେଳେ ପିଅନ୍ତୁ । ଦିନରେ ଦୁଇ ଥର ଏହାକୁ ପିଇ ପାରିବେ । ଏହା ଦୁର୍ବଳତା ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.