ରାଜ୍ୟରେ ଆଜି  କରୋନାରୁ ସୁସ୍ଥ ହୋଇଛନ୍ତି ୩୨୬୫ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ସୁସ୍ଥ ସଂଖ୍ୟା।  ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଉଛି।  ରାଜ୍ୟରେ ଆଜି  କରୋନାରୁ ସୁସ୍ଥ ହୋଇଛନ୍ତି ୩୨୬୫ ଜଣ ଆକ୍ରାନ୍ତ।  ଆଜିର ସୁସ୍ଥଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୪୬୭ ଜଣ ସୁସ୍ଥ ହୋଇଛନ୍ତି । ଏତେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୪ ହଜାର ୨୬୨ରେ ପହଞ୍ଚିଛି।

  ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ୪୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୬୭, ବାଲେଶ୍ୱରରୁ ୨୪୬, ଭଦ୍ରକରୁ ୧୯୯, ପୁରୀରୁ ୧୮୬, ଜଗତସିଂହପୁରରୁ ୧୬୨, ମୟୂରଭଂଜରୁ ୧୩୭, ଅନୁଗୁଳରୁ ୧୧୬, ନୟାଗଡ଼ରୁ ୧୦୭ ଓ କୋରାପୁଟ ଜିଲ୍ଲାରୁ ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୯୦, ବରଗଡ଼ ଏବଂ କେନ୍ଦ୍ରାପଡ଼ାରୁ ୬୮ ଲେଖାଏଁ, ଢେଙ୍କାନାଳରୁ ୬୨, ନବରଂଗପୁର ଏବଂ ରାୟଗଡ଼ାରୁ ୫୮ ଲେଖାଏଁ, ମାଲକାନଗିରିରୁ ୫୭, କେନ୍ଦୁଝରରୁ ୫୪, ସୁବର୍ଣ୍ଣପୁରରୁ ୪୩, ସମ୍ବଲପୁରରୁ ୨୭, ବୌଦ୍ଧରୁ ୨୫, କନ୍ଧମାଳରୁ ୨୪, ଗଜପତି ଏବଂ କଳାହାଣ୍ଡିରୁ ୨୦ ଜଣ ଲେଖାଏଁ, ବଲାଙ୍ଗୀରରୁ ୧୬, ଝାରସୁଗୁଡ଼ା ଏବଂ ନୂଆପଡ଼ାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୫ ଓ ରାଜ୍ୟପୁଲରୁ ୮୧ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.