ବିପୁଳ ଓ ଐତିହାସିକ ବିଜୟ ପାଇଁ ଟେଲିଫୋନ ଯୋଗେ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ନାରୀଶକ୍ତିର ବିଜୟ ହୋଇଥିବା କହିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍) : ରେକର୍ଡ ସଂଖ୍ୟକ ଭୋଟରେ ବାଜି ମାରିଛନ୍ତି ରୀତା ସାହୁ। ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍। ଦଳୀୟ ନେତା, କର୍ମୀ ଓ ସମର୍ଥକ ଖୁସି ମନାଉଛନ୍ତି। ବିପୁଳ ବିଜୟ ପାଇଁ ରୀତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପୁଳ ଓ ଐତିହାସିକ ବିଜୟ ପାଇଁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ନବୀନ। ସେହିପରି ଶୁଭେଚ୍ଛା ଜଣାଇଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ମୁଖ୍ୟମନ୍ତ୍ରୀଙ୍କ ନାରୀଶକ୍ତିର ବିଜୟ ହୋଇଛି। ଏହି ରେକର୍ଡ ଅନେକ ଦିନ ଯାଏ ଅତୁଟ ରହିବ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି।