ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ୨୮ ଜଣଙ୍କୁ ମଳିଛି ପୋଲିସ ପଦକ

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ୨୮ ଜଣଙ୍କୁ ମଳିଛି ପୋଲିସ ପଦକ । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି ।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ୨୮ ଜଣଙ୍କୁ ମଳିଛି ପୋଲିସ ପଦକ । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ୩ଟି କାଟାଗୋରୀରେ ଏହି ପଦକ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ଜଣଂକୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିଛି । ଭିଜିଲାନ୍ସ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ ଏହି ପଦକ ପାଇବାରେ ମନୋନୀତ ହୋଇଛଂତି । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ଜଣ ମନୋନୀତ ହୋଇଛନ୍ତି ।

ସେମାନେ ହେଲେ ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା, ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ଶୁଧାଂଶୁ ଶେଖର ପୂଜାରୀ, କମିଶନରେଟ ପୋଲିସର ଏସିପି ହିମାଂଶୁ ସ୍ୱାଇଁ, ପିଟିଆଇ ଡେପୁଟି କାମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, SIW ଇନ୍ସପେକ୍ଟର ଅରୁଣ ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନର ଏସଆଇ ଯୁଗଳ କିଶୋର ପ୍ରଧାନ, କଟକ ଭିଜିଲାନ୍ସ ଅଫିସର କନେଷ୍ଟବଳ ସରୱଦିନ ଖାନ, ଭୁବନେଶ୍ୱର SCRB ର ଏସଆଇ ବିଜନ ଭୂଷଣ ମହାନ୍ତି, ବିଜୁପଟ୍ଟନାୟକ ପୋଲିସ ଏକାଡେମୀର ଡ୍ରିଲ ଇନ୍ସପେକ୍ଟର ଅନିଲ ମିଞ୍ଜ ଓ ରାଉଲକେଲା ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ ବେହେରା ।

ସେହିପରି ସାହାସିକତା କାମ ପାଇଁ ୧୬ ଜଣଙ୍କୁ ପୋଲିସ ପଦକ ମିଳିଛି । SOG SI ଗଗନ ବିହାରୀ ନାୟକ, SOG ହାବିଲଦାର କୃଷ୍ଣଲୋକ ବେହେରା, SOG କାମାଣ୍ଡୋ ମୁରଲାଲ ମନୋହର ଦାସ, SOG କମାଣ୍ଡୋ ମହେଶ୍ୱର ଧାକଡ଼, SOG କମାଣ୍ଡୋ ମନୋହର ଭୂମିଆ, SOG କମାଣ୍ଡୋ ପ୍ରଶାଦ ନାୟକ, SOG କମାଣ୍ଡୋ ଭବାନୀ ଶଙ୍କର ପାଟିଲ, କମାଣ୍ଡୋ ଅରଜୁନ ଚନ୍ଦ୍ର କୁରାମୀ, କମାଣ୍ଡୋ ବିନୟ କୁମାର ମିଶ୍ର, କମାଣ୍ଡୋ ରାଜେଶ ଦିୱାନ, କମାଣ୍ଡୋ ରାଜେନ୍ଦ୍ର ଚୌଧୁରୀ, SOG ହାବିଲଦାର ଶୁଖିରାମ ରଣା, କମାଣ୍ଡୋ ଗଣେଶ ଧରୁଆ, କମାଣ୍ଡୋ ରମେଶ ପରମାଣିକ, କମାଣ୍ଡୋ ପଦ୍ମନାଭ ରାୟ, କମାଣ୍ଡୋ ମଦନ ମୋହନ ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.