Below header

ମାଛ ଗୋଟିକୁ ୫ ଲକ୍ଷ ୩୩ ହଜାରରେ ବିକ୍ରି କଲେ ଧୀବର, କିଣିଲେ ବିଦେଶୀ କମ୍ପାନୀ

ମାଛଟିର ଓଜନ ମାତ୍ର ୨୬ କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ ହଜାର ୫୦୦ ଟଙ୍କାରେ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ନିଲାମ କରାଯାଇଛି ।

ଚାନ୍ଦବାଲି : ମାଛ ଗୋଟିକର ଦାମ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ୍ୟ । ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଧରି ଥିବା ଜଣାପଡିଛି ।

ମାଛଟିର ଓଜନ ମାତ୍ର ୨୬ କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ ହଜାର ୫୦୦ ଟଙ୍କାରେ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ନିଲାମ କରାଯାଇଛି । ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇଥିବା ବେଳେ ଏହାକୁ ବିଦେଶୀ କମ୍ପାନୀକୁ ବିକ୍ରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.