ରାଜ୍ୟ କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ-ମୁଁ ଚାହେଁ ମୋ ଚାଷୀ ସ୍ୱାଭିମାନରେ ବଞ୍ଚନ୍ତୁ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟ କୃଷି ଓଡ଼ିଶା ନୀତି-୨୦୨୦ ଉନ୍ମୋଚିତ । ଭୁବନେଶ୍ୱର ଜନତା ମୈଦନାରେ ଆୟୋଜିତ କୃଷି ଓଡ଼ିଶା ଉତ୍ସବରେ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀର ଉନ୍ନତି ତାଙ୍କ ମୋ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଚାଷ ଓ ଚାଷୀକୁ ଗୁରୁତ୍ୱ ଦେଉଛନ୍ତି ସରକାର । କୃଷିର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଚାଷୀ ସ୍ୱାଭିମାନର ସହ ବଞ୍ଚନ୍ତୁ । ନୂଆ ଜ୍ଞାନକୌଶଳର ବ୍ୟବହାର କରନ୍ତୁ ଚାଷୀ । ଓଡ଼ିଶାର ଚାଷୀ ବିକାଶର ସାଥୀ ହୁଅନ୍ତୁ । ପ୍ରତିଶ୍ରୁତି ଦେଇଛନ୍ତି, ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ।

ଲାଭଜନକ କୃଷି ପାଇଁ ପ୍ରୟାସ ଉଦ୍ଦେଶ୍ୟରେ କୃଷି ଓଡ଼ିଶା ଉତ୍ସବ-୨୦୨୦ ଆୟୋଜିତ ହୋଇଛି । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ୧୧୨ଟି ସଂସ୍ଥା ଏଥିରେ ଯୋଗ ଦେଇଛନ୍ତି । ୨୨୮ଟି ଷ୍ଟଲ ପ୍ରଦର୍ଶିତ ହେଉଛି । ପ୍ରତ୍ୟେକ ଦିନ ୨ଟି କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଓ ୨ଟି ସେମିନାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ମେଳା ତଥା କୃଷି ପ୍ରଦର୍ଶନୀରେ ଯୋଗଦାନ କରି ନିଜର ଜ୍ଞାନକୌଶଳ ବୃଦ୍ଧି କରିବା ସହ ରାଜ୍ୟକୁ କୃଷି କ୍ଷେତ୍ରରେ ଆଗେଇ ନେବା ପାଇଁ ସହଯୋଗ ପାଇଁ ଏହାର ଏହାର ଆୟୋଜନ କରାଯାଇଛି । ପାଞ୍ଚଦିନ ବ୍ୟାପୀ ହେବାକୁ ଥିବା ଉତ୍ସବରେ ଦ୍ୱିତୀୟ ଦିନକୁ ବ୍ୟାଙ୍କିଙ୍ଗ ଓ ସମବାୟ ଦିବସ, ତୃତୀୟ ଦିନକୁ ଜନପ୍ରତିନିଧି ଦିବସ ଓ ଚତୁର୍ଥ ଦିନକୁ ମହିଳା ସଶକ୍ତିକରଣ ଦିବସ ଭାବେ ନାମିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.