Below header

ଖୁବ ଶୀଘ୍ର ପରଦାକୁ ଆସିବ ଆୟୁଷ୍ମାନଙ୍କ ଅଭିନୀତ “ଶୁଭ ମଙ୍ଗଳ ଜ୍ୟାଦା ସାବଧାନ”

ଲଗାତାର ଦର୍ଶକ ମାନଙ୍କୁ ୭ ଟି ହିଟ ଫିଲ୍ମ ଦେଇସାରିଥିବା ଆୟୁଷ୍ମାନ ଖୁରାନ୍ନାଙ୍କ ଆଗାମୀ ସିନେମାର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମର ଟ୍ରେଲର ଆଗାମୀ ସୋମବାରରେ ରିଲିଜ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଆୟୁଷ୍ମାନଙ୍କ ଅନୁଯାୟୀ ଏହା ସମ୍ପୂର୍ଣ ରୂପେ ଏକ ପାରିବାରିକ ମନୋରଞ୍ଜନ ଧର୍ମୀ ସିନେମା । ପୂରା ପରିବାର ଏହାକୁ ଏକାଠି ବସି ଦେଖି ପାରିବେ । ତାଙ୍କର ଏହି ସିନେମା ସମାଜକୁ ଏକ ମହତ୍ୱ ପୂର୍ଣ୍ଣ ସନ୍ଦେଶ ମଧ୍ୟ ଦେବ । ନିଜ ପ୍ରତିକ୍ରିୟାରେ ଆୟୁଷ୍ମାନ ଆହୁରି ମଧ୍ୟ କହିଛନ୍ତି କି ସେ ଯେତେଦୂର ସମ୍ଭବ ନିଜ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଥାନ୍ତି ।

subha mangala

ଏକ କଳାକାର ହିସାବରେ ସିନେମା ଦେଖିବା ପରେ ଦର୍ଶକ ମାନଙ୍କୁ ଆନନ୍ଦିତ ହେଉଥିବାର ଦେଖିବା ଓ ଆଉ ସମାଜକୁ ଏକ ବାର୍ତ୍ତା ଦେବାରେ ଆତ୍ମା ସନ୍ତୋଷ ଲାଭ ଠାରୁ ବଳି ଆଉ କିଛି ଖୁସି ନାହିଁ । ତାଙ୍କ ମତରେ ତାଙ୍କ ଅଭିନୀତ ଅନ୍ୟ ସିନେମା ଗୁଡିକ ପରି ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଏକ ପ୍ରଗତିବାଦୀ ସିନେମା । ଆସନ୍ତା ସପ୍ତାହରେ ଏହାର ଟ୍ରେଲର ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାରଙ୍କ କମାଲ ଦେଖିବାକୁ ଲୋକେ ଚାହିଁ ବସିଛନ୍ତି । ‘ବଧାଇ ହୋ’ ସିନେମାରେ ଦମଦାର ଭୂମିକାରେ ନଜର ଆସିଥିବା ଗଜରାଜ ରାଓ ଓ ନିନା ଗୁପ୍ତାଙ୍କ ଯୋଡି ବି ଏଥର ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.