ଢେଙ୍କାନାଳ: ଭୋଜଦେଇପୁର ଗାଁ ନିକଟରେ ଥିବା ୧୧ଏକର ଆଖୁ କିଆରୀରେ ନିଆଁ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

ଢେଙ୍କାନାଳ : ଆଖୁ କିଆରୀରେ ନିଆଁ। ଜଳିପୋଡି ଯାଇଛି ପ୍ରାୟ ୧୧ଏକରର ଆଖୁ ଫସଲ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭୋଜଦେଇପୁର ଗାଁ ନିକଟରେ ଥିବା ଆଖୁ କିଆରୀରେ ହତାଠ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ଢେଙ୍କାନାଳ ଓ ହିନ୍ଦୋଳ ରୋଡରୁ ୩ଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଛି। ଗତ ସପ୍ତାହରେ କାମାକ୍ଷାନଗର ନିକଟରେ ପ୍ରାୟ ୪୦ଏକର ଜମିରେ ହୋଇତିବା ଆଖୁ ଚାଷ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଆଖୁ କିଆରୀରେ କିପରି ନିଆଁ ଲାଗିଲା ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.