Below header

ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ଚିନ୍ତା, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ): ସାରା ଦେଶରେ ୨୧ ଦିନ ପାଇଁ ଚାଲିଛି ଲକ୍ ଡାଉନ୍ । ଏଥିପାଇଁ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ଶହ ଶହ ଓଡିଆ ଲୋକ। ସେମାନଙ୍କ ମଧ୍ୟର କିଛି ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ରହିଛନ୍ତି । ବିଶେଷ କରି ଲକ୍ ଡ଼ାଉନ ପାଇଁ ଏହି ଓଡ଼ିଆମାନେ ବହୁ ହଇରାଣ ହେଉଥିବା ଜଣାପଡିଛି । ଏନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବିଧା ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଏହି ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିପାଇଁ ଗୃହ ସଚିବ ସଂଜୀବ ଚୋପ୍ରା ଓ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ରାଜ୍ୟର ବ୍ୟକ୍ତି ଓଡ଼ିଶାରେ ଥିଲେ ଜଣାଇବାକୁ ମଧ୍ୟ ନବୀନ କହିଛନ୍ତି । ଏଭଳି ଘଟଣାକୁ ନେଇ ସେ ସବୁବେଳେ ତତ୍ପର ଅଛନ୍ତି ଓ ଯଦି ସିଷ୍ଟମରେ କିଛି ବିଳମ୍ବ ହୁଏ ତେବେ ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସିଧାସଳଖ ତାଙ୍କ ସହ କଥା ହୋଇପାରିବେ ବୋଲି ନବୀନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.