ଖେଳ ଜଗତକୁ ବଡ ଝଟକା, କରୋନା ଭାଇରସରେ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଖେଳାଳୀ

ମାତ୍ର କିଛିଦିନ ମଧ୍ୟରେ ଦେଖୁ ଦେଖୁ କରୋନା ଭାଇରସ ସାରା ଦୁନିଆକୁ ନିଜ କବଳରେ ନେଇ ସାରିଲାଣି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସାରା ବିଶ୍ୱରେ ବ୍ୟାପୀ ସାରିଛି । ଇଟାଲି ଏବଂ ସ୍ପେନ୍ ଭଳି ଦେଶ ମଧ୍ୟ ଚୀନ ଠାରୁ ଅଧିକ ପ୍ରଭାବିତ ହୋଇଛି । ସାରା ଦୁନିଆରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ପ୍ରାୟ ୨୦, ୦୦୦ ରୁ ଉର୍ଦ୍ଧ୍ବ ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ପାଖାପାଖି ୩ ଲକ୍ଷ ଲୋକ ଏହି ମାରାତ୍ମକ ଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଛନ୍ତି । ଏହି ମହାମାରୀ କବଳରେ ସାଧାରଣ ଲୋକଠୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀ ମାନଙ୍କୁ ମଧ୍ୟ ନିଜ କବଳରେ ନେଇସାରିଛି । ତେବେ ବର୍ତ୍ତମାନ୍ ଏହି ଭାଇରସ୍ ଖେଳ ଜଗତକୁ ଏକ ବଡ଼ ଝଟକା ଦେଇଛି । ଏହି ଭାଇରସ୍ ଯୋଗୁଁ ପୂର୍ବତନ ପ୍ରସିଦ୍ଧ ଆଫ୍ରିକାନ ଫୁଟବଲର୍ ଅବଦୁଲକଦୀର ମହମ୍ମଦ ଫରାହ ନିଜର ପ୍ରାଣ ହରାଇଛନ୍ତି । ତେବେ ମାତ୍ର ଏକ ସପ୍ତାହ ପୂର୍ବରୁ କରୋନା ଭାଇରସର ପଜିଟିଭ ରିପୋର୍ଟ ଆସିବା ପରେ ମଙ୍ଗଳବାର ନର୍ଥୱେଷ୍ଟ ଲଣ୍ଡନର ଏକ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଫରାହ ସେମାଲିୟାରେ ଯୁବ ଏବଂ କ୍ରୀଡା ମନ୍ତ୍ରୀ ପରାମର୍ଶଦାତା ଭାବେ କାମ କରୁଥିଲେ ।

coronavirus, football, Mohamed Farah, sports news, कोरोना वायरस, मोहम्‍मद फराह, स्‍पोर्ट्स न्‍यूज

ସୂଚନା ଅନୁଯାୟୀ ୧୫ ଫେବ୍ରୁୟାରୀ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା ଫରାହ ୧୯୭୬ ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ ଫରାହ ପ୍ରଥମ ଆଫ୍ରିକାନ ଫୁଟବଲ୍ ଷ୍ଟାର୍ ଅଟନ୍ତି ଯିଏକି କରୋନା ଭାଇରସ୍ ଯୋଗୁଁ ନିଜର ପ୍ରାଣ ହରାଇଛନ୍ତି । କରୋନା ଭାଇରସର ସବୁଠାରୁ ଅଧିକ ପ୍ରଭାବ ଫୁଟବଲ୍ ଜଗତ ଉପରେ ପଡ଼ିଛି । ସିରିଆର ଅନେକ ଫୁଟବଲର୍ସ ଏହା କବଳରେ ଆସି ସାରିଛନ୍ତି । ଖବର ମୁତାବକ କିଛିଦିନ ତଳେ ରିୟାଲ ମେଡ୍ରିଡର ପୂର୍ବ ଅଧ୍ୟକ୍ଷ ଲୋରେଞ୍ଜ୍ ସୈଞ୍ଜ ମଧ୍ୟ ଏହି ଭାଇରସ୍ କାରଣରୁ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.