Below header

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍: ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରୀ ଦିନ୍‌’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ସମ୍ବଲପୁରୀ ଦିନ୍‌ ଉଧେ ସମସ୍ତଙ୍କୁ ମୋର୍‌ ଗୁରଦୁଟେ ଶୁଭେଚ୍ଛା’ ବୋଲି ଟ୍ଵିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘

ଭୁବନେଶ୍ୱର (କେନ୍ୟୁଜ): ଆଜି ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍। ଅଗଷ୍ଟ ୧ ତାରିଖରେ ପାଳିତ ହୁଏ ଏହି ଦିନ। ସେଥିପାଇଁ ଉତ୍ସବମୁଖର ସହର। ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ସାହିତ୍ୟ ତଥା ଭାଷାର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ତେଣୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୂପ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

ଏନେଇ ‘ସମ୍ବଲପୁରୀ ଦିନ୍‌’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ସମ୍ବଲପୁରୀ ଦିନ୍‌ ଉଧେ ସମସ୍ତଙ୍କୁ ମୋର୍‌ ଗୁରଦୁଟେ ଶୁଭେଚ୍ଛା’ ବୋଲି ଟ୍ଵିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ବିଶିଷ୍ଟ ସାହିତ୍ୟିକ୍‌ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜନଉଛେଁ। ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ବିକାଶ କେ ଗୋଟେ ନୂଆ ଦିଗ୍‌ ମିଲୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ସମ୍ବଲପୁରୀ ଭାଷାରେ ସମ୍ବଲପୁରୀ ଦିନ୍‌ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରୀ ଦିନ୍‌ର ସନ୍ଦେଶ ହେଉଛେ ସମ୍ବଲପୁର ଅଞ୍ଚଳର ଉଚ୍ଚାଦର୍ଜାର ସଂସ୍କୃତିକେ ଆଧାର୍‌ କରି ଭାଇଚାରା ବଢାମା। ଅ ଅବସରଥି ସବୁ ମାଁ-ବୁହେନ୍‌ ଆଉ ଦାଦା-ଭାଏ ମାନଙ୍କୁ ମୋର ଶୁଭେଛା ଜନଉଛେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.