ଭୟଙ୍କର ଡାର୍କ ଟୁରିଜିମ୍‌ , ଜୀବନକୁ ବିପଦରେ ପକାଇ ପର୍ଯ୍ୟଟନର ମଜା ନିଅନ୍ତି ପର୍ଯ୍ୟଟକ

ଡାର୍କ ଟୁରିଜିମ୍‌ ବା ଅନ୍ଧାର ପର୍ଯ୍ୟଟନ ପ୍ରତି ଲୋକଙ୍କ କ୍ରେଜ ଦ୍ରୁତ ଗତିରେ ବଢ଼ୁଛି ଏବଂ ସବୁଜ ସୁନ୍ଦର ସ୍ଥାନ ବଦଳରେ ଧ୍ୱଂସାବଶେଷ ଭଳି ସ୍ଥାନ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି । ଡାର୍କ ଟୁରିଜିମରେ, ଲୋକମାନେ ସେହି ସ୍ଥାନଗୁଡିକର ଦେଖିବାକୁ ଚାହିଁଥାନ୍ତି ଯେଉଁ ସ୍ଥାନ ଇତିହାସରେ ଲେଖାଯାଇଛି ।

ଦୁନିଆର ଯେକୌଣସି ସ୍ଥାନ ହେଉ କିମ୍ବା ପ୍ରତ୍ୟେକ ଘରେ କେହି ନା କେହି ଭ୍ରମଣପ୍ରେମୀ ରହିଥିବେ । ସୁନ୍ଦର ସୁନ୍ଦର ସ୍ଥାନକୁ ଯାଇ ଏହାକୁ କିଭଳି ଉପଭୋଗ କରିହେବ ସେନେଇ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ଏହି ଭ୍ରମଣ ପ୍ରେମୀ । ଏଭଳି ଅଜବ ପସନ୍ଦ ରଖୁଥିବା ଲୋକଙ୍କ ସଂଖ୍ୟା ଦୁନିଆରେ ବହୁତ । ବେଳେବେଳେ ଏହି ଭ୍ରମଣପ୍ରେମୀ ବା ପର୍ଯ୍ୟଟକମାନେ ସେମାନଙ୍କ ପସନ୍ଦ କାରଣରୁ କିଛି ଚିନ୍ତା ନକରି ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ଯାଇଥାନ୍ତି କିନ୍ତୁ ଅନେକ ସମୟରେ ସେମାନଙ୍କ ଜୀବନ ପାଇଁ ବିପଦ ପାଲଟି ଥାଏ ଏହି ଭ୍ରମଣ ନିଶା । ଏହି ବିପଦ ମଧ୍ୟରୁ ଡାର୍କ ଟୁରିଜିମ୍‌ ଅନ୍ୟତମ । ଆପଣ ଦେଶ ତଥା ବିଦେଶର ସୁନ୍ଦର ସ୍ଥାନରେ ବୁଲିବା ବିଷୟରେ ତ ନିଶ୍ଚିତ ଶୁଣିଥିବେ, କିନ୍ତୁ ଆପଣ ଡାର୍କ ଟୁରିଜିମ୍‌ ବିଷୟରେ ହୁଏତ ଶୁଣିନଥିବେ ।

ଅଧିକାଂଶ ଲୋକ ପର୍ବତ, ସବୁଜିମା ପରି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଥିବାବେଳେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅଜବ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି । ଏପରି କିଛି ସ୍ଥାନ ଯେଉଁଠାରେ ଭୟଙ୍କର ଘଟଣା ହୋଇଥିବ, ବଡ଼ ବିପର୍ଯ୍ୟୟ ହୋଇଥିବ, ହତ୍ୟାକାଣ୍ଡ ଘଟିଥିବ କିମ୍ବା କିଛି ଧ୍ୱଂସାବଶେଷ ସ୍ଥାନକୁ ଯିବାକୁ ଚାହିଁଥାନ୍ତି କିଛି ପର୍ଯ୍ୟଟକ । କିନ୍ତୁ କୌଣସି ସାଧାରଣ ଲୋକ ସେଠାକୁ ଯିବାକୁ ଇଚ୍ଛା କରନ୍ତି ନାହିଁ । ଏହାକୁ ଡାର୍କ ଟୁରିଜିମର ନାମ ଦିଆଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଡାର୍କ ଟୁରିଜିମ୍‌ ବା ଅନ୍ଧାର ପର୍ଯ୍ୟଟନ ପ୍ରତି ଲୋକଙ୍କ କ୍ରେଜ ଦ୍ରୁତ ଗତିରେ ବଢ଼ୁଛି ଏବଂ ସବୁଜ ସୁନ୍ଦର ସ୍ଥାନ ବଦଳରେ ଧ୍ୱଂସାବଶେଷ ଭଳି ସ୍ଥାନ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି । ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରାୟ ୮୦ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଥରେ ଡାର୍କ ଟୁରିଜିମ୍‌ କରିବାକୁ ଚାହୁଁଛନ୍ତି ।

ଡାର୍କ ଟୁରିଜିମରେ, ଲୋକମାନେ ସେହି ସ୍ଥାନଗୁଡିକର ଦେଖିବାକୁ ଚାହିଁଥାନ୍ତି ଯେଉଁ ସ୍ଥାନ ଇତିହାସରେ ଲେଖାଯାଇଛି । ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ପଡ଼ିଥିବା ସ୍ଥାନ ହେଉ କିମ୍ବା ଆଫଗାନିସ୍ତାନ ଭଳି ଅନ୍ୟ କୌଣସି ପ୍ରମୁଖ ଘଟଣା ହେଉ । ତେବେ ଡାର୍କ ଟୁରିଜିମରେ ଭ୍ରମଣ କରିବା କିଛି ଭୁଲ ନୁହେଁ କିନ୍ତୁ ବେଳେବେଳେ ଏହି ଲୋକମାନେ ଅନେକ ସମସ୍ୟାରେ ପଡ଼ିପାରନ୍ତି ।

ତେବେ ଦୁନିଆରେ ଏପରି କେଉଁ ସ୍ଥାନ ଅଛି ଯେଉଁ ସ୍ଥାନକୁ ପର୍ଯ୍ୟଟକମାନେ ଯିବାକୁ ଚାହିଁଥାନ୍ତି । ସମଗ୍ର ବିଶ୍ୱରେ ଡାର୍କ ଟୁରିଜିମ୍‌ ସ୍ଥାନ ଯେପରିକି ରୁୱାଣ୍ଡାର ମୁରମ୍ବି ନରସଂହାର ସ୍ମାରକ, ଜାପାନର ହିରୋସିମା, ନ୍ୟୁୟର୍କର ଗ୍ରାଉଣ୍ଡ ଜିରୋ, ଲିଥୁଆନିଆର କେଜିବି ପରି ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ । ଏହି ସ୍ଥାନକୁ ଯିବା ଯେତେ ରୋମାଞ୍ଚକର ସେତେ ବିପଜ୍ଜନକ ମଧ୍ୟ । ଏହି ସ୍ଥାନକୁ ଯିବା ପୂର୍ବରୁ ପର୍ଯ୍ୟଟକମାନେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଥାଏ । ଏହା ଦ୍ୱାରା ପର୍ଯ୍ୟଟକମାନେ ସୁରକ୍ଷିତ ରହିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.