Below header

ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ପାଠ୍ୟକ୍ରମ ସମ୍ପର୍କୀତ ତଥ୍ୟ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହୋଇଛି । ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ।

ବିଜ୍ଞାନର ଅନ୍ୟ ସମସ୍ତ ବିଷୟ ସହ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପିଲାମାନେ ପୂର୍ବ ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ଦେବେ । ତେବେ ଗଣିତ ବିଷୟ ନେଇଥିବା ଏକାଦଶ ବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ଅନୁସାରେ ପାଠପଢ଼ା ହେବ । ଦ୍ୱାଦଶ ବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମ ଅନୁସାରେ ପରୀକ୍ଷାଦେବେ । ଧନ୍ଦାମୂଳକ ପିଲାଙ୍କ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ସମ୍ପର୍କରେ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ବୋର୍ଡ଼ ପକ୍ଷରୁ କୁଯାହାଇଛି ।

ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ କଳା ଓ ବାଣିଜ୍ୟ ବିଭାଗରେ ସିଲାବସ ପରିବର୍ତ୍ତନ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.