ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି, ହଠାତ୍‌ ଚାଲିଗଲା ଆଙ୍ଗୁସ କ୍ଲାଉଡଙ୍କ ଜୀବନ

ମାତ୍ର ୨୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ୟୁଫୋରିୟା ଅଭିନେତା ଆଙ୍ଗୁସ କ୍ଲାଉଡ । ବାପାଙ୍କ ମୃତ୍ୟୁ ପରେ ମାନସିକ ଭାବେ ଭାଙ୍ଗିପଡିଥିଲେ । ଆଙ୍ଗୁସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ସୋସିଆଲ ମିଡିଆରେ ଖବର ମିଳିଛି ।

ବାପାଙ୍କ ମୃତ୍ୟୁକୁ ସହିପାରିଲେନି ୟୁଫୋରିୟା ଅଭିନେତା ଆଙ୍ଗୁସ କ୍ଲାଉଡ । ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁକୁ ଆଲିଙ୍ଗନ କଲେ । ତେବେ ତାଙ୍କର କେମିତି ମୃତ୍ୟୁ ହୋଇଛି, ତାହା ଜଣାପଡିନି । କିନ୍ତୁ ବାପାଙ୍କ ମୃତ୍ୟୁକୁ ମାନସିକ ଭାବେ ଗ୍ରହଣ କରିପାରିନଥିଲେ । ଅଭିନେତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କ ମୃତ୍ୟୁରେ ପରିବାର ଲୋକଙ୍କୁ ବଡ ଝଟକା ଲାଗିଛି । ସୋସିଆଲ ମିଡିଆରେ ଅଭିନେତାଙ୍କ ମୃତ୍ୟୁ ହେବା କଥା ପରିବାର ଲୋକେ କହିଛନ୍ତି ।

ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ନିଜ ବାପାଙ୍କ ପାଖକୁ ଚାଲିଗଲା ଆଙ୍ଗୁସ । ବାପାଙ୍କ ସହିତ ସେ ସାଙ୍ଗ ହୋଇ ରହୁଥିଲା । ଦୁହେଁ ପରସ୍ପର ସହିତ ଘନିଷ୍ଠ ରହିଥିଲେ ।

ଆଙ୍ଗୁସ କ୍ଲାଉଡ ଏଚବିଆର ସିରିଜ ୟୁଫୋରିୟା ଯୋଗୁଁ ଅଧିକ ଚର୍ଚ୍ଚାରେ ରହିଥିଲେ । ଏଥିରେ ଆମେରିକା ଯୁବପିଢି କିଭଳି ନିଶା ଦ୍ରବ୍ୟ ଏବଂ ଯୌନ ହିଂସାର ଶିକାର ହେଉଛନ୍ତି, ତାହା ଦେଖିବାକୁ ମିଳିଥିଲା । ଏହି ସିରିଜକୁ ନେଇ ଅନେକ ବିବାଦୀୟ ମନ୍ତବ୍ୟ ଦେଉଥିବା ବେଳେ ଆଉ କେତେକ ପ୍ରଶଂସା କରୁଛନ୍ତି । ୟୁଫୋରିଆ ଆଙ୍ଗୁସର ପ୍ରଥମ ପ୍ରୋଜେକ୍ଟ ଥିଲା ।

ତେବେ କେବଳ ଆଙ୍ଗୁସ ନୁହେଁ, ଅନେକ ହଲିଉଡ ଏବଂ ବଲିଉଡ ସେଲିବ୍ରିଟି ଅକାଳରେ ମୃତ୍ୟୁବରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.