ଆୟରଲାଣ୍ଡ ବିପକ୍ଷ ଟି ୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ବୁମରା ଅଧିନାୟକ, ଋତୁରାଜ ଉପଅଧିନାୟକ

ଟିମକୁ ଫେରିଲେ ବୁମରା । ଆୟରଲାଣ୍ଡ ବିପକ୍ଷ ଟି ୨୦ ସିରିଜରେ ଅଧିନାୟକ ଦାୟିତ୍ୱ ନେବେ ବୁମରା । କେଏଲ ରାହୁଲଙ୍କ ସ୍ଥାନ ଉପଅଧିନାୟକ ଦାୟିତ୍ୱ ତୁଲାଇବେ ଋତୁରାଜ । ବିସିସିଆଇ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ।

ଆୟରଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଆଉ ଏଥିରେ ଟିମର ଦାୟିତ୍ୱ ନେବେ ଯଶପ୍ରୀତ ବୁମରା । ଆଉ ଉପଅଧିନାୟକ ପଦ ଋତୁରାଜ ଗାୟକଓ୍ଵାଡଙ୍କୁ ମିଳିଛି । ଅଗଷ୍ଟ ୧୮ରେ ଡବଲିନରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜରେ ପାଇଁ ନୂଆ ଅଧିନାୟକ ଏବଂ ଉପଅଧିନାୟକ ଚୟନ କରିଛି ବିସିସିଆଇ । ୩ଟି ଟି-୨୦ ସିରିଜ ୧୮, ୨୦, ୨୩ରେ ଖେଳାଯିବ ।

ଟି-୨୦ରେ ଅଧିନାୟକ ଦାୟିତ୍ୱ ନେଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଏହାଛଡା କେଏଲ ରାହୁଲ ଟି ୨୦ ଉପଅଧିନାୟକ ଦାତ୍ୱ ସମ୍ଭାଳୁଥିଲେ । ଏଥର ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟିମରେ ଜିତେଶ ଶର୍ମା, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ସାମିଲ କରାଯାଇଛି ।

ବୁମରା ୧୦ ମାସ ପରେ ଟିମକୁ ଫେରିଛନ୍ତି । ବୁମରାଙ୍କ ପିଠି ଆଘାତ ଜନିତ ସମସ୍ୟା ଯୋଗୁ ଗତ ଟି-୨୦ ବିଶ୍ୱକପ୍ ଟିମ୍ରୁ ବାଦ୍ ପଡ଼ିଥିଲେ। ସେ ଶେଷ ଥର ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ୍ ୨୦୨୨ ସେପ୍ଟେମ୍ୱରରେ ଖେଳିଥିଲେ। ସେ ୨୦୨୩ ମାର୍ଚ୍ଚରେ ପିଠି ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ନ୍ୟୁଜିଲାଣ୍ଡ ଯାଇ ସର୍ଜରୀ କରିଥିଲେ।

ସମ୍ଭାବ୍ୟ ଭାରତୀୟ ଦଳ: ଯଶପ୍ରୀତ ବୁମରା(ଅଧିନାୟକ), ଋତୁରାଜ ଗାୟକୱାଡ୍(ଉପଅଧିନାୟକ), ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ରଞ୍ଜୁ ସାମସନ(ୱିକେଟ କିପର ), ଜିତେଶ ଶର୍ମା(ୱିକେଟ କିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶେହବାଜ୍ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.