ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ମଧ୍ୟ ଟ୍ଵିନ୍‌ ସିଟିରେ ପ୍ରବଳ ଢାଳିବ

ଗଭୀର ଅବପାତରେ ପରିଣତ ହେଲା ଅବପାତ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ପଶ୍ଚିମବଙ୍ଗ ଦିଘା ଠାରୁ ପୂର୍ବରେ ୪୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଜି ସଂଧ୍ୟା ସୁଦ୍ଧା ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।

ଭୁବନେଶ୍ୱର (କେନ୍ୟୁଜ): ଗଭୀର ଅବପାତରେ ପରିଣତ ହେଲା ଅବପାତ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ପଶ୍ଚିମବଙ୍ଗ ଦିଘା ଠାରୁ ପୂର୍ବରେ ୪୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଜି ସଂଧ୍ୟା ସୁଦ୍ଧା ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ଏନେଇ ସୂଚନା ଦେଇଛି IMD।

ଏହାର ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁ ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରର ସ୍ଥିତି ବେହାଲ ହୋଇପଡିଛି । ଆଜି ମଧ୍ୟ ଭୁବନେଶ୍ୱର, କଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ଷା ଯୋଗୁଁ ତଳିଆ ଅଂଚଳରେ ଲୋକଙ୍କ ଘରେ ପଶିଛି ପାଣି ।

ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ୧୩ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ,କଟକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.