Below header

ମୋଦିଙ୍କୁ ଭେଟିଲେ ନବୀନ, କହିଲେ ‘କୌଣସି ରାଜନୈତିକ ଆଲୋଚନା ହୋଇନାହିଁ’

ଆମେ ସମଦୂରତା ବଜାୟ ରଖିଛୁ । ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ କଥାବାର୍ତ୍ତା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଯାଇଥିବାରୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ କହିଛି ବୋଲି ନବୀନ କହିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ଆମେ ସମଦୂରତା ବଜାୟ ରଖିଛୁ । ବାର୍ତ୍ତମାନ ଆମେ ତୃତୀୟ ସାମୁଖ୍ୟରେ ନାହୁଁ । ୨୦୨୪ରେ ଏକାକୀ ଲଢିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ କଥାବାର୍ତ୍ତା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଯାଇଥିବାରୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ କହିଛି ବୋଲି ନବୀନ କହିଛନ୍ତି । ଏୟାରପୋର୍ଟ ପାଚେରୀ ତିଆରି କାମ ସରିଯାଇଛି । ପ୍ରଧାନମନ୍ତ୍ରୀ ଏନେଇ ସହଯୋଗ କରିବେ ବୋଲି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.