୧୬ବର୍ଷ ବୟସରେ ହରାଇଥିଲେ ଗୋଡ଼, ଆଜି ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତ୍ରୀ

କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । କଠିନ କାର୍ଯ୍ୟ ଆମପାଇଁ ସହଜ ହୋଇଯାଏ । ଜୀବନରେ ସଫଳ ହେଉଥାଉ ଆଉ ଅନ୍ୟ ମାନଙ୍କପାଇଁ ଉଦାହରଣ ସୃଷ୍ଚି କରିଥାଉ । ଉଦାହରଣ ପାଲଟିଛନ୍ତି ଅଭିନେତ୍ରୀ ସୁଧା ଚନ୍ଦ୍ରନ । ୧୬ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ତାଙ୍କର ଏକ ଗୋଡ଼କୁ ହରାଇ ବସିଥିଲେ ।ଗୋଟିଏ ଏପିସୋଡ଼କୁ ୩ ଲକ୍ଷ ଲେଖାଁଏ ନେଇଥାନ୍ତି ସୁଧା ।

କେନ୍ୟୁଜ୍‌(ବ୍ୟୁରୋ): କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି ଭାବିଥାଉ, ସେହିକାମ ଆମପାଇଁ ସମ୍ଭବ ହୋଇ ରହିଥାଏ । କଠିନ କାର୍ଯ୍ୟ ଆମପାଇଁ ସହଜ ହୋଇଯାଏ । ଆମ ଜୀବନରେ ଅନେକ ବାଧା ବିଘ୍ନ ଆସିଥାଏ । ପ୍ରତିବନ୍ଧକ ଆସି ଛିଡ଼ା ହୋଇଥାଏ । ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପାର କରି ଆମେ ଜୀବନରେ ସଫଳ ହେଉଥାଉ ଆଉ ଅନ୍ୟ ମାନଙ୍କପାଇଁ ଉଦାହରଣ ସୃଷ୍ଚି କରିଥାଉ । ଏମିତି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅଭିନେତ୍ରୀ ସୁଧା ଚନ୍ଦ୍ରନ । ଆଉ ଜୀବନରେ ସଫଳତାର ସ୍ୱାଦ ଚଢି ଚାଲିଛନ୍ତି । ଆମପାଇଁ ସେ ସମ୍ମାନର ବ୍ୟକ୍ତି ବିଶେଷ ପାଲଟି ଯାଇଛନ୍ତି । ତାଙ୍କଠୁ କିପରି ଆମେ କିଛି ଶିଖି ପାରିବା ତାହା ଆମପାଇଁ ଗର୍ବର ବିଷୟ ହୋଇ ରହିବ ।

ସୁଧାଙ୍କ ପସନ୍ଦ ରହିଥିଲା ନାଚରେ । କିନ୍ତୁ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଯେବେ ୧୬ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ତାଙ୍କର ଏକ ଗୋଡ଼କୁ ହରାଇ ବସିଥିଲେ । ସେ ହୃଦୟରୁ ପୁରା ଭାଙ୍ଗି ପଡ଼ିଥିଲେ । ଯେମତି ପାହାଡ଼ ଖସି ପଡ଼ିଥିଲା ତାଙ୍କ ମୁଣ୍ଡ ଉପରେ । ଏହା ପୂର୍ବରୁ ମଧ୍ୟ ସେ ନାଚ କରୁଥିଲେ । ପରେ ଇଣ୍ଡଷ୍ଟ୍ରିରେ ପରିଚିତ ଲାଭ କରିଥିଲେ ସୁଧା । ଷ୍ଟାର ପ୍ଲସର ସୋ ‘କହିଁ କିସି ରୋଜ ସେ’ରୁ ତାଙ୍କର ପରିଚୟ ବଢିଥିଲା । ଯେଉଁଥିରେ ସବୁଠୁ ଅଧିକ ପପୁଲାର ହୋଇଥିଲା ତାଙ୍କ କ୍ୟାରେକ୍ଟର ରମେଲା ସିକନ୍ଦଙ୍କ ଗ୍ୟାଟଅପ । ଏହି କ୍ୟାରେକ୍ଟର ପାଇଁ ସେ ଘରେ ଘରେ ବହୁ ପପୁଲାର ହୋଇ ପାରିଥିଲେ ।

କ୍ଲାସିକାଲ ନାଚରେ ପ୍ରସିଦ୍ଧି ଲାଭ କରିଥିବା ସୁଧା ଦୁର୍ଘଟଣା ପରେ ହାରି ଯାଇଥିଲେ । କିନ୍ତୁ ତାଙ୍କ ଆଶା ଆଗରେ ସବୁକିଛି ତୁଚ୍ଛ ହୋଇ ଯାଇଥିଲା । ୩ବର୍ଷ ପର୍ଯ୍ୟନ୍ତ ସୁଧା ନାଚିପାରି ନଥିଲେ । କିନ୍ତୁ ତାଙ୍କର ଆଶା ସେ ଛାଡ଼ି ନଥିଲେ । ଏହାପରେ ନକଲି ଗୋଡ଼ରେ ସବୁକିଛି କରି ପାରିଥିଲେ ସୁଧା । ସେ ପୁଣିଥିରେ ନାଚିବା ଆରମ୍ଭ କରିଥିଲେ । କିଛି ଦିନ ପରେ ସାଉଥର ଏକ ସିନେମା ମୟୁରୀରେ ସୁଯୋଗ ମିଳିଥିଲା । ଯାହା ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହୋଇଥିଲା । ଏହି ସିନେମା ଜୀବନରେ ହାରି ଯାଇଥିବା ଲୋକଙ୍କ ପାଇଁ ନିର୍ମିତ ହୋଇଥିଲା । ଏହାପରେ ସେ ଛୋଟ ପରଦାରେ ନଜର ଆସିଥିଲେ ।

ଚନ୍ଦ୍ରକାନ୍ତା, କଭି ଇଧର କଭି ଉଧର, ଅନ୍ତରାଳ, କହିଁ କିଶି ରୋଜ, ଶାଶ୍‌ ଭି କଭି ବୋହୁ ଥି ଏହାସହ ନାଗିନରେ ନିଜର ଦମଦାର ଭୂମିକା ପାଇଁ ସେ ସବୁଠି ପରିଚିତ ହୋଇ ଯାଇଥିଲେ । ଆଜି ସେ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଅଭିନେତ୍ରୀ ପାଲଟି ଯାଇଛନ୍ତି । ରିପୋର୍ଟ ଅନୁସାରେ ଗୋଟିଏ ଏପିସୋଡ଼କୁ ୩ ଲକ୍ଷ ଲେଖାଁଏ ନେଇଥାନ୍ତି ସୁଧା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.