Below header

ମୁଖ୍ୟମନ୍ତ୍ରୀଙ୍କ 5-ଟି ସମୀକ୍ଷା, ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରିତା ନେଇ ବୈଠକ

ଗତକାଲି ଥିଲା ମାସର ଚତୁର୍ଥ ଶନିବାର । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଗତକାଲି ସମସ୍ତ ସରକାରୀ ଅଫିସ୍‌ ଛୁଟି ଥିଲା । ସରକାରଙ୍କ ଘୋଷଣା ପରେ ଗତକାଲି ଚତୁର୍ଥ ଶନିବାରରେ ପ୍ରଥମ ଥର ଅଫିସ୍‌ ଛୁଟି ହୋଇଥିଲା । ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ 5-ଟି କିପିରି କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରାଯିବ । ଗତକାଲି ବିଭିନ୍ନ ବିଭାଗ ପକ୍ଷରୁ 5-ଟି କାର୍ଯ୍ୟକାରିତା ନେଇ ବୈଠକ ହୋଇଥିଲା । ଫାଇନାନ୍ସ ସେକ୍ରେଟାରୀ ଅଶୋକ ମୀନା, ଆଇ ଆଣ୍ଡ ପିଆର ସେକ୍ରେଟାରୀ ସଞ୍ଜୟ ସିଂହ, ଆଗ୍ରୀକଲଚର କମିଶନର ଜି.କେ ଧଳ, ଆଗ୍ରୀକଲଚର ସେକ୍ରେଟାରୀ ସୌରଭ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଏସିଏସ୍‌ ରାଜେଶ ବର୍ମା 5-ଟି ନେଇ ବୈଠକ କରିଛନ୍ତି । ପୋଲିସ ଡିଜି ଡାକ୍ତର ରଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ବୈଠକ କରିଥିଲେ ।… ସରକାରଙ୍କ ଘୋଷଣା ଅନୁସାରେ ସରକାରୀ ଅଫିସ୍‌ ଦିନ ୧୦ଟାରୁ ଅପରାହ୍‌ଣ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ୍‌ ରହିବ । ଚତୁର୍ଥ ଶନିବାରର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ 5-ଟି କିପିରି କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରାଯିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.