Below header

ଭାରତୀୟ ରେଲୱେ: ଏଣିକି ଫିଙ୍ଗର ପ୍ରିଣ୍ଟ ଜରିଆରେ ସହଜରେ ମିଳିବ ଜେନେରାଲ କ୍ଲାସ୍ ଟିକେଟ, ଜାଣନ୍ତୁ ଆଉ କେଉଁ ଟ୍ରେନରେ ଅଛି ଏହି ସୁବିଧା

ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଟିକେଟକୁ ନେଇ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ଯେଉଁଥିରେ ଯାତ୍ରୀଙ୍କୁ ସହଜରେ ମିଳିଯିବ ଟ୍ରେନ୍ ସିଟ୍। ଟିକେଟ ପାଇଁ ରେଲୱେ ପ୍ରଥମ ଥର ଲାଗି ବାୟୋମେଟ୍ରିକ୍ ସିଷ୍ଟମ୍ ବ୍ୟବହାର କରିବ, ଯଦ୍ଦ୍ବାରା ପ୍ଲାଟଫର୍ମରୁ ଟିକେଟ ନେବା ଏବଂ ଟ୍ରେନ୍ ଧରିବାରେ ଯାତ୍ରୀମାନଙ୍କୁ ସୁବିଧା ହେବ। ତେବେ ଟିକେଟ କରିବାରେ ଏହି ପ୍ରକାର ପରିବର୍ତ୍ତନ ଦ୍ବାରା କଳାବଜାରକୁ ରୋକାଯାଇ ପାରିବ ବୋଲି ରେଳ ମନ୍ତ୍ରଣାଳୟ ଆଶା ରଖିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପାଇଲଟ ପ୍ରୋଜେକ୍ଟ ୱେଷ୍ଟର୍ଣ୍ଣ ରେଲୱେ ଡିଭିଜନର ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ଷ୍ଟେଶନ ଏବଂ ବାନ୍ଦ୍ରା ଟର୍ମିନାଲରେ ପୂର୍ବରୁ ହିଁ ଜାରି କରାଯାଇଛି। ଏଥିପାଇଁ ୨ ଷ୍ଟେଶନରେ ୨-୨ ବାୟୋମେଟ୍ରିକ୍ ମେଶିନ୍ ଲଗାଯାଇଛି। ଅନ୍ୟପକ୍ଷରେ ନୂଆ ସିଷ୍ଟମକୁ ନେଇ ଯାତ୍ରୀଙ୍କର ପ୍ରତିକ୍ରିୟା କିଭଳି ରହିଛି, ଲୋକେ ଏହାକୁ କେତେ ପସନ୍ଦ କରୁଛନ୍ତି, ତାହାର ମଧ୍ୟ ରେଲୱେ ଆକଳନ କରିବା ଆରମ୍ଭ କରିଦେଇଛି। ଯଦି ଏହି ପ୍ରୋଜେକ୍ଟ ସଫଳ ରୁହେ, ତା’ହେଲେ ଦେଶର ଅନ୍ୟ ରେଲୱେ ଷ୍ଟେଶନଗୁଡ଼ିକରେ ମଧ୍ୟ ଏହି ସିଷ୍ଟମ ଲାଗୁ କରିଦିଆଯିବ।

ଏହାସହ ପଢ଼ନ୍ତୁ: ରେଲୱେ ଟିକେଟ ବୁକ କରିବା ପାଇଁ ଆଉ ଲାଇନରେ ଛିଡ଼ା ହେବାକୁ ପଡ଼ିବନି, ମୋବାଇଲରେ ଏମିତି କରିପାରିବେ ବୁକିଂ

ଏମିତି କାମ କରିବ ବାୟୋମେଟ୍ରିକ
ଜେନେରୋଲ ବଗି ପାଇଁ ଟିକେଟ କିଣିବାକୁ ଥିବା ଯାତ୍ରୀଙ୍କୁ ବାୟୋମେଟ୍ରିକ ମେଶିନରେ ନିଜର ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡ଼ିବ। ଏହାପରେ ଟିକେଟ ହୋଇଯିବ। ଏହି ଟିକେଟ ନମ୍ବର ପ୍ରତ୍ୟେକ ଜେନେରାଲ କ୍ଲାସ୍ ବଗି ସିଟର ନମ୍ବର କ୍ରମରେ ଆଲର୍ଟ କରାଯିବ। ପ୍ରକ୍ରିୟା ପୂରା ହେବା ପରେ ଯାତ୍ରୀମାନଙ୍କୁ ନିଜ ନିଜର ଟିକେଟ ନମ୍ବର ଅନୁସାରେ ଲାଇନରେ ଛିଡ଼ା ହେବାକୁ ପଡ଼ିବ। ଜଣେ ଆରପିଏଫ୍ ଷ୍ଟାଫ୍ ଏଣ୍ଟ୍ରି ପଏଣ୍ଟରେ ଛିଡ଼ା ହେବେ। ଷ୍ଟାଫ୍ ଜଣକ ଟୋକୋନର ସିରିୟଲ ନମ୍ବର ଯାଞ୍ଚ କରିବେ ଏବଂ ଯାତ୍ରୀଙ୍କୁ ସେହି କ୍ରମାନ୍ବୟନରେ ବଗିକୁ ଆସିବାକୁ ଦେବେ।

କେଉଁ ଟ୍ରେନର ଜେନେରାଲ ବଗିରେ କାମ କରୁଛି ଏହି ସିଷ୍ଟମ
କର୍ଣ୍ଣାବତୀ ଏକ୍ସପ୍ରେସ୍(ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେଶନ)
ଗୋଲ୍ଡେନ୍ ଟେମ୍ପଲ ମେଲ୍(ମୁମ୍ବାଇ ସେଷ୍ଟ୍ରାଲ ଷ୍ଟେଶନ)
ପଶ୍ଚିମ ଏକ୍ସପ୍ରେସ୍(ବାନ୍ଦ୍ରା ଟର୍ମିନସ୍)
ଅମରାବତୀ ଏକ୍ସପ୍ରେସ୍(ବାନ୍ଦ୍ରା ଟର୍ମିନସ୍)
ଅମରାବତୀ ଏକ୍ସପ୍ରେସ୍(ମୁମ୍ବାଇ ସେଷ୍ଟ୍ରାଲ ଷ୍ଟେଶନ)
ଅୱଧ ଏକ୍ସପ୍ରେସ୍(ବାନ୍ଦ୍ରା ଟର୍ମିନସ୍)
ମହାରାଷ୍ଟ୍ର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍(ବାନ୍ଦ୍ରା ଟର୍ମିନସ୍)
ଗୁଜରାଟ ମେଲ(ମୁମ୍ବାଇ ସେଷ୍ଟ୍ରାଲ ଷ୍ଟେଶନ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.