ମନ୍‌ କି ବାତ୍‌ ଜରିଆରେ ଚନ୍ଦ୍ରାୟନ-୨ର ସଫଳତା ନେଇ ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ମୋଦି, କହିଲେ ୨୦୧୯ ଥିଲା ଭାରତ ପାଇଁ ଭଲ ବର୍ଷ

ମନ୍‌ କି ବାତ୍‌ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରାୟନ-୨ର ସଫଳତା ନେଇ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ୨୦୧୯ ଭାରତ ପାଇଁ ଭଲ ବର୍ଷ ଥିଲା । ଜୁଲାଇ ୨୨ରେ ସଂପୂର୍ଣ୍ଣ ଦେଶ ଗର୍ବର ସହ ଦେଖିଛି, କିଭଳି ଚନ୍ଦ୍ରାୟନ-୨ ଶ୍ରୀହରିକୋଟାରୁ ମହାକାଶକୁ ଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ।… ଏହା ସହ ଜଳ ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ନୀତି ତିଆରି କରିବାରେ ମେଘାଳୟ ପ୍ରଥମ ରାଜ୍ୟ ହୋଇପାରିଛି । ଏବେ ସମଗ୍ର ଦେଶରେ ଜଳ ସଂରକ୍ଷଣକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଆତ୍ମସନ୍ତୁଷ୍ଟି ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.