ପ୍ରେମିକ ମାନେ ସାବଧାନ ! ଏଣିକି ପ୍ରେମିକାକୁ ସର୍ବସାଧାରଣ ସ୍ଥାନରେ କିସ୍ କଲେ ଉଠାଇନେବ ପୋଲିସ୍

ପ୍ରେମିକମାନେ ସାବଧାନ୍ । ଏଣିକି ସର୍ବସାଧାରଣ ସ୍ଥାନରେ ନିଜ ପ୍ରେମିକାଙ୍କୁ କରିପାରିବେନି କିସ୍ । ଯଦି କରିବେ ତେବେ ଖାଇବେ ଜେଲର ପବନ । ଆଇପିସି ଧାରା ୨୯୪ ଧାରାରେ କୁହାଯାଇଛି କୌଣସି ପୁରୁଷ କିମ୍ବା ମହିଳା କୌଣସି ସାର୍ବଜନୀନ ସ୍ଥାନରେ କୌଣସି ପ୍ରକାର ଅଶ୍ଳୀଳ କାର୍ଯ୍ୟ କଲେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନେଇପାରେ ପୋଲିସ୍ ।

ତେବେ ଆଇନରେ ଅଶ୍ଳୀଳ ଶବ୍ଦର କୌଣସି ସ୍ପଷ୍ଟ ପରିଭାଷା ନାହିଁ । ଯାହା ଫଳରେ ପୋଲିସ୍ ସର୍ବଦା ଏହାର ଦୁରୁପଯୋଗ କରିଥାଏ । ତେଣୁ ଏହାର ଅର୍ଥ ହେଉଛି ଯଦି ଆପଣ ରେଲୱେ ଷ୍ଟେସନ, ସ୍କୁଲ୍ , ବଜାର କିମ୍ବା ଅନ୍ୟ କୌଣସି ସାର୍ବଜନୀନ ସ୍ଥାନରେ ନିଜ ପ୍ରେମୀ କିମ୍ବା ପତ୍ନୀଙ୍କୁ କିସ୍ କରୁଛନ୍ତି ତେବେ ଏହାକୁ ଅଶ୍ଳୀଳ କହି ଆପଣଙ୍କୁ ଗିରଫ କରିପାରେ ପୋଲିସ୍ । ଏହି ମାମଲାରେ ପୋଲିସକୁ ଆଇପିସିର ଧାରା ୨୯୪ ଅନୁଯାୟୀ ସମସ୍ତ ଅଧିକାର ଦିଆଯାଇଛି ।

ଏହି ଧାରା ଅନୁଯାୟୀ ଅଶ୍ଳୀଳ କାର‌୍ୟ୍ୟ କରି ଧରାପଡିଲେ ତିନି ମାସର ଜେଲ୍ ଦଣ୍ଡାଦେଶ ସହ ଜରିମାନା ଦେବାକୁ ପଡିବ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଗୀତ କିମ୍ବା ଅଶ୍ଳୀଳ ଶବ୍ଦ ବ୍ୟବହାର କରିଲେ ମଧ୍ୟ ପୋଲିସ୍ ଉଠାଇ ନେଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.