ପୋଖରୀରେ ବୁଡି ୭ ଜଣ ପିଲାଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ବିହାରର ଛପରା ଇସୁଆପୁର ଅଞ୍ଚଳର ଡୋଏଲା ଗାଁର ୭ ଜଣ ପିଲା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ପିଲାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଘଟଣା ମୁତାବକ, ଡୋଏଲା ଗାଁ ପାଖରେ ଥିବା ଏକ ପୋଖରୀ ନିକଟରେ ଗଛକଟା କାମ ଚାଲିଥିଲା। ଉକ୍ତ ସମୟରେ ପିଲାମାନେ ସେଠାରେ ଖେଳୁଥିଲେ। ଗଛଟି ପୋଖରୀରେ ପଡିବା କାରଣରୁ ପାଖରେ ଥିବା ଏକ ଗାତରେ ଜମା ହୋଇଯାଇଥିଲା। ଜଣେ ପିଲା ଉକ୍ତ ଗାତର ଗଭୀରତା ନ ଜାଣିପାରି ପଡିଯାଇଥିଲା। ଉକ୍ତ ପିଲାକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ପିଲା ଗାତକୁ ଡେଇଁପଡିଥିଲା। ଜଣକୁ ଦେଖି ଅନ୍ୟ ସମସ୍ତ ୭ ଜଣ ପିଲା ବଞ୍ଚାଇବାକୁ ଯାଇ ଉକ୍ତ ଗାତକୁ ଡେଇଁ ପଡିଥିଲେ। କିନ୍ତୁ ସମସ୍ତେ ବୁଡି ଯାଇଥିଲେ। ଗାଁ ଲୋକେ ପିଲାମାନଙ୍କୁ ଖୋଜିବା ପରେ ଏହା ଜାଣିବାକୁ ପାଇଥିଲେ। ପ୍ରଥମେ ପିଲାମାନଙ୍କୁ ଉସୁଆପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିଲାମାନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସେହିଭଳି ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଚାରି ଜଣ ପିଲାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.