ଭଦ୍ରକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସେବାସମବାୟ ସମିତି ସମ୍ପାଦକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କେସିଙ୍ଗା ସେବାସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ରେଡ୍। ତାଙ୍କ ବାସଭବନ, ସେବା ସମବାୟ ସମିତି ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି। ଏହାସହ ରାଜେନ୍ଦ୍ର ଖଣ୍ଡାଇଙ୍କ ସ୍ତ୍ରୀ ସରପଞ୍ଚ ଥିବାରୁ ତାଙ୍କ ତେସିଙ୍ଗା ପଞ୍ଚାୟତସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଉଛି। ବାଲେଶ୍ୱର ଭିଜିଲାନ୍ସର ୩ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି।