ଆଜି ଶ୍ରୀନଗର ଯିବେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ

ଶ୍ରୀନଗର: ଆଜି ଶ୍ରୀନଗର ଯିବେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ବିପିନ ରାଓ୍ଵତଙ୍କ ପ୍ରଥମ ଶ୍ରୀନଗର ଗସ୍ତ । ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସୀମାରେ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିବା ବେଳେ ବିପିନ ରାଓ୍ଵତଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେଠାରେ ଭାରତୀୟ ସେନାର ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କରିପାରନ୍ତି । ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର କିଛି ଦିନ ପୂର୍ବରୁ ବିପିନ ରାଓ୍ଵତ ଶ୍ରୀନଗର ଗସ୍ତ କରିଥିଲେ ।
ସେପଟେ ଆଜି ବଡ଼ ବଡ଼ ମସ୍ଜିଦ୍ରେ ନମାଜ ପାଠ ଉପରେ ରୋକ୍ ଲଗାଯାଇଛି । ନିଜ ଅଞ୍ଚଳରେ ଥିବା ଛୋଟ ଛୋଟ ମସ୍ଜିଦ୍ରେ ମନାଜ ପାଠ କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି । ଗତକାଲି କିଛିଟା କଟକଣା କୋହଳ ହେବା ପରେ କଶ୍ମୀରର କିଛି ଅଞ୍ଚଳରେ ପଥର ମାଡ଼ ହୋଇଥିଲା ।