କରୋନାକୁ ହରାଇବ କି କୋଭାକ୍ସିନ୍, ଭୁବନେଶ୍ୱରରେ ହେଲା ମାନବ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ): ଆଶା ସଂଚାର କରୁଛି କୋଭାକ୍ସିନ୍ । ଭାରତର ପ୍ରଥମ କରୋନା ଟିକା ଭାବେ  ଓଡିଶାରେ ଆରମ୍ଭ ହେଲା ଏହାର ମାନବ ପରୀକ୍ଷଣ। ସମ୍ କୋଭିଡ ହସ୍ପିଟାଲରେ ଏହି ପରୀକ୍ଷଣ ହୋଇଥିବାର ସୂଚନା ମିଳିଛି ।  ନୂଆଦିଲ୍ଲୀ ଏମ୍ସ ସମେତ ଦେଶର ୧୨ଟି ହସ୍ପିଟାଲ ଆରମ୍ଭ ହୋଇଛି ଏହି ହ୍ୟୁମାନ ଟ୍ରାଏଲ। କୋଭାକ୍ସିନର ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ପରୀକ୍ଷଣ କରାଯାଇଛି ବୋଲି ଟିକା ପରୀକ୍ଷଣର ମୁଖ୍ୟ ଡାକ୍ତର ଇ.ଭେଙ୍କଟରାଓ ସୂଚନା ଦେଇଛନ୍ତି। ୩ ଟି ପର୍ଯ୍ୟାୟରେ ଏହି  ପରୀକ୍ଷା ହେବ ।

ଗତ ୨୫ ତାରିଖ ଦିନ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ । ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଂଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.