Below header

ମଦ ପିଇ ରାତିକୁ ରଙ୍ଗୀନ କରେ ଏହି ୨୧ କୋଟିର ମଇଁଷି, ତଥାପି ବିକ୍ରି କରିବାକୁ ନାରାଜ୍‌ ମାଲିକ

ଆପଣ ଘରେ, କ୍ଲବରେ ଏବଂ ପାର୍ଟୀରେ ଲୋକମାନଙ୍କୁ ହ୍ଵିସକି ପିଉଥିବାର ଦେଖିଥିବେ କିନ୍ତୁ କଣ ଆପଣ କେବେ କୌଣସି ମଇଁଷିକୁ ହ୍ଵିସକିର ମଜା ନେଉଥିବା ଦେଖିଛନ୍ତି। ହରିୟାଣାର ଏକ ମଇଁଷି ଏମିତି ଅଛି ଯାହାର ଥାଟବାଟ କୌଣସି ନବାବଙ୍କ ଠାରୁ କମ୍‌ ନୁହେଁ। ଇଏ ହେଉଛି ହରିୟାଣାର ସବୁଠାରୁ ମହଙ୍ଗା ମଇଁଷି ସୁଲତାନ। ଏହି ମଇଁଷି ସବୁଠାରୁ ଦାମି ଏଥିପାଇଁ, କାହିଁକିନା ସୁଲତାନର ଦାମ ୨୧ କୋଟି ଟଙ୍କା। ଆଉ ଏହି ମଇଁଷି ହ୍ଵିସକି ପିଇ ତାର ରାତିକୁ ରଙ୍ଗୀନ କରିଥାଏ। ଆଶ୍ଚର୍ଯ୍ୟ ହୁଅନ୍ତୁନି, ଆମେ ଆପଣଙ୍କୁ ଯାହା କହୁଛୁ ଏକଦମ୍‌ ସତ ସତ ହିଁ କହୁଛୁ। ୬ ଫୁଟର ହାଇଟ୍‌ ଆଉ ଏକ ଟନ୍‌ ଓଜନର ଏହି ମଇଁଷି ଏବେ ପଯ୍ୟର୍ନ୍ତ ଅନେକ ପ୍ରକାର ପ୍ରତିଯୋଗିତା ଜିତି ସାରିଛି। କେବଳ ଏତିକି ନୁହେଁ ସୁଲତାନର ଆଉ ଗୋଟେ ଖାସିୟତ ହେଉଛି ଏହାର ମାଲିକ ସୁଲତାନର ସ୍ପର୍ମ ବିକ୍ରି କରି ପ୍ରତି ବର୍ଷ ୧ କୋଟି ଟଙ୍କା ରୋଜଗାର କରନ୍ତି।

sultanଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମଇଁଷିକୁ ପ୍ରତିଦିନ ଅଲଗା ଅଲଗା ବ୍ରାଣ୍ଡର ସ୍କଚ୍‌ ଦିଆଯାଏ। କେବଳ ମଙ୍ଗଳବାର ଗୋଟିଏ ଦିନ ଏହି ମଇଁଷି ମଦ ପିଇନଥାଏ। ରବିବାର ଦିନ ଟିଚର୍ସ, ସୋମବାର ଦିନ ବ୍ଲାକ ଡଗ୍‌, ବୁଧବାର ଦିନ ୧୦୦ ପାଇପର, ଗୁରୁବାର ବାଲାନଟାଇନ୍‌, ଶନିବାରରେ ବ୍ଲାକ ଲେବଲ କିମ୍ବା ଶିଭାସ୍‌ ରିଗାଲ ପିଇଥାଏ। ଏହି ମଇଁଷିର ମାଲିକ ରାମ ନରେଶ ବେନିଓ୍ଵାଲ କୁହନ୍ତି ଯେ ସୁଲତାନର ଓଜନ ୧୭ ଶହ କିଲୋ। ସୁଲତାନର ଉଚ୍ଚତା ୬ ଫୁଟରୁ ଅଧିକ ହେବ। ଏହି ମଇଁଷି ମୁରାହ ନଲ୍ସ ପ୍ରଜାତିର ଅଟେ। ଆଉ ସେ ଦାବି କରିଛନ୍ତି ଯେ ମଇଁଷି ଦୁନିଆର ସବୁଠାରୁ ଉଚ୍ଚ ଅଟେ। ଭାରତରେ ହୋଇଥିବା ଅନେକ ଆନିମାଲ କଣ୍ଟେଷ୍ଟରେ ସୁଲତାନ ନିଜେତା ମଧ୍ୟ ହୋଇଛି।

sultanଏହି ପ୍ରଜାତିର ତାଙ୍କ ପାଖରେ ୧୭ ରୁ ୧୮ଟି ମଇଁଷି ଅଛି। ଗତବର୍ଷ ରାଜସ୍ଥାନ ପୁଷ୍କରରେ ଲାଗିଥିବା ମେଳାରେ ଜଣେ ବିଦେଶୀ ସୁଲତାନର ଦାମ୍‌ ୨୧ କୋଟିରେ ମୂଲ କରିଥିଲେ। କିନ୍ତୁ ମଇଁଷିର ମାଲିକ ସୁଲତାନକୁ ବିକ୍ରି କରିବାକୁ ମନା କରିଦେଲେ। ସେ କୁହନ୍ତି ଯେ ସେ ଏହି ମଇଁଷିକୁ ନିଜ ପୁଅ ଭଳି ଲାଳନ ପାଳନ କରନ୍ତି ଏଥିପାଇଁ ତାକୁ ସେ ବିକ୍ରି କରିପାରିବେନାହିଁ।

sultanମଇଁଷିର ମାଲିକ ଏହା ଦାବି କରିଛନ୍ତି ଯେ ସୁଲତାନ ପ୍ରତି ମାସ ୯୦ ହଜାର ଟଙ୍କା ରୋଜଗାର କରନ୍ତି। ସୁଲତାନ ବର୍ଷ ସାରା ୩୦ ହଜାର ସିମେନର ଡୋଜ୍‌ ଦେଇଥାଏ। ଯାହା ୩୦୦ ଟଙ୍କା ପ୍ରତି ଡୋଜ୍‌ ବିକ୍ରି ହୋଇଥାଏ। ସୁଲତାନ ଠାରୁ ସପ୍ତାହରେ ଦୁଇ ଥର ସିମେନ ବାହାର କରାଯାଇଥାଏ। ଏହି ହିସାବ ଅନୁଯାୟୀ ସୁଲତାନ ତାର ମାଲିକ ପାଇଁ ବର୍ଷକୁ ୯୦ ଲକ୍ଷ ଟଙ୍କା ରୋଜଗାର କରିଥାଏ। ଏହାବ୍ୟତୀତ ବିଭିନ୍ନ ପ୍ରତିଯୋଗିତାରେ ପୁରଷ୍କାର ଆକାରରେ ବହୁତ ଟଙ୍କା ଇନକମ୍‌ କରିଥାଏ।

sultanସୁଲତାନର ମାଲିକ କୁହନ୍ତି ସେ ୫ ବର୍ଷ ତଳେ ସେ ଏହି ମଇଁଷିକୁ ୨ ଲକ୍ଷ ୪୦ ହଜାର ଟଙ୍କାରେ କିଣିଥିଲେ। ସୁଲତାନ ପ୍ରତିଦିନ ୧୦ କିଲୋ ଦାନା ଏବଂ କ୍ଷୀର ଦିଆଯାଏ। ପ୍ରତିଦିନ ୩୫ କିଲୋ ସବୁଜ ଏବଂ ସୁଖିଲା ଚାରା ଦିଆଯାଏ। ସୁଲତାନ ସେଓ ଓ ଗାଜର ମଧ୍ୟ ଖାଇଥାଏ। ଶୀତ ଦିନରେ ୧୫ କିଲୋ ସେଓ ଏବଂ ଗରମ ଦିନରେ ୨୦ କିଲୋ ଗାଜର ଖାଇବାକୁ ଦିଆଯାଏ। ସୁଲତାନର ମାଲିକଙ୍କ କହିବା କଥା ଯେ ଏହି ମଇଁଷି ପ୍ରତିଦିନ ୨୫ ଟଙ୍କାର ଚାରା ଖାଇଥାଏ। ତେବେ ଗୋଟେ ମଇଁଷିର ହ୍ଵିସକି ପିଇବାର ଅଭ୍ୟାସ ଦେଖି ଲୋକେ ଖୁବ୍‌ ଆଶ୍ଚର୍ଯ୍ୟ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.