Below header

ସଉତୁଣୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ବିଫଳ ହେଲା ସଉତୁଣୀ, ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର (କେନ୍ୟୁଜ) : ସଉତୁଣୀକୁ ଜୀବନରୁ ମାରିବାକୁ ଉଦ୍ୟମ କରି ଫେଲ ହେଲା ସଉତୁଣୀ। ଅଳ୍ପକେ ବର୍ତ୍ତିଗଲେ ମହିଳା। ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ଘଟିଛି ଏମିତି ଏକ ସାଙ୍ଘାତିକ ଘଟଣା। ଏମ୍ସ ହସ୍ପିଟାଲ ନିକଟରେ ଥିବା ଶ୍ରାବଣୀ ଆପାର୍ଟମେଣ୍ଟରେ ରୁହନ୍ତି ସୁଶାନ୍ତ କୁମାର ପାତ୍ର ଓ ତାଙ୍କର ପରିବାର।

sautuni

ସୂଚନା ମୁତାବକ ଗତକାଲି ରାତିରେ ସୁଶାନ୍ତଙ୍କ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ଲୋପାମୁଦ୍ରା ବିଶ୍ୱାଳ ସୁଶାନ୍ତ ସ୍ତ୍ରୀ ସରିତା ପରିଡ଼ାଙ୍କୁ ପଇସା ଆଣିବା ବାହାନା କରି ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ନେଇ ଆସିଥିଲେ। ସେଠାରେ ଥିବା ଜଙ୍ଗଲରେ ସରିତାଙ୍କୁ ଲୋପାମୁଦ୍ରା ଏବଂ ଜଣେ ଅଟୋ ଡ୍ରାଇଭର ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ। ତେବେ ସରିତା ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପହଁଚି ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚନ୍ଦକା ପୋଲିସ ହେପାଜତରେ ଦେଇଥିଲେ । ପରେ ମାମଲାଟି ଖଣ୍ଡଗିରି ପୋଲିସ୍‌କୁ ହସ୍ତାନ୍ତର ହୋଇଛି ।

ସ୍ୱାମୀ ସୁଶାନ୍ତଙ୍କ କହିବା କଥା ଲୋପାମୁଦ୍ରାଙ୍କ ସହ ତାଙ୍କର ସମ୍ପର୍କ ଥିଲା ହେଲେ ସେ ତାଙ୍କୁ ବାହା ହୋଇ ନାହାନ୍ତି । ସେ ସରିତାଙ୍କୁ ବିଧିବଦ୍ଧ ଭାବେ ବାହା ହୋଇଛନ୍ତି । ଏକ ଦୁର୍ବଳ ମୁହୂର୍ତ୍ତକୁ ଆଳ କରି ଲୋପାମୁଦ୍ରା ତାଙ୍କୁ ବାରମ୍ବାର ହଇରାଣ ହରକତ କରୁଛନ୍ତି । ତେବେ ନିଜର ଏକ ସନ୍ତାନ ଥିବା ଲୋପାମୁଦ୍ରା କୁଆଡ଼େ ଏହା ସୁଶାନ୍ତଙ୍କ ପିଲା ବୋଲି ଦାବି କରି ସେ ପ୍ରଥମ ସ୍ତ୍ରୀ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ସରିତାଙ୍କୁ ମରଣାନ୍ତକୁ ଆକ୍ରମଣ ଅଭିଯୋଗ ନେଇ ଲୋପାମୁଦ୍ରାଙ୍କ କୌଣସି ପ୍ରତିକ୍ରିୟା ମିିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.