Below header

ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ଗାୟବ, ଥାନାରେ ଏତଲା ଦେଲେ ସ୍ତ୍ରୀ

 ଖୋର୍ଦ୍ଧା(କେ ନ୍ୟୁଜ): ଆଜି ସନ୍ଧ୍ୟାରେ ଚାନ୍ଦପୁର ଥାନାରେ ସମ୍ବେଦନଶୀଳ ଅଭିଯୋଗ ଦାୟର ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଜଣେ ସ୍ତ୍ରୀ । ତାଙ୍କ ସ୍ୱାମୀ କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନିଖୋଜ ହୋଇଯାଇଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନାରୁ ପ୍ରକାଶଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ପ୍ରଦୀପ୍ତ ଶତପଥୀଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କ ପରିବାର ଲୋକ ୧୯ ତାରିଖ ରାତି ୧୧ ଟା ସମୟରେ ଚାନ୍ଦପୁର ସ୍ଥିତ କୋଭିଡ ଡାକ୍ତର

husband case

ଖାନାରେ ଭର୍ତ୍ତି କରିଥିଲେ । ତାଙ୍କୁ ୱାଡ ନମ୍ୱର୍-୦୨ର ବେଡ ନମ୍ୱର୍ -୪୩ ରେ ଆଡମିଟ୍ କରାଯାଇଥିଲା । ପ୍ରଦୀପ୍ତଙ୍କ ଧର୍ମପତ୍ନୀ ପରଦିନ ଅର୍ଥାତ ୨୦ ତାରିଖ ଚାନ୍ଦପୁର କୋଭିଡ ଡାକ୍ତରଖାନାରେ ପହଞ୍ଚି ସ୍ଵାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଜାଣିବାକୁ ପହଞ୍ଚିଥିଲେ । ଅନେକ ସମୟ ଅପେକ୍ଷା କଲା ପରେ ସେ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ରୋଗୀ ଜଣଙ୍କ ଡାକ୍ତରଖାନାରେ ନାହାନ୍ତି । ଶେଷରେ ନିରାଶ ହୋଇ ତାଙ୍କ ଧର୍ମପତ୍ନୀ ନମିତା ଶତପଥୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.