BECILରେ ଖାଲିପଡିଛି ସୁପରଭାଇଜରର ସମେତ ଅନ୍ଯ ୫୬୭ ପଦବୀ, ଜଲଦି କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ(BECIL) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏହା ଅଧିନରେ MTS, Investigator, Supervisor ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୨୪ ମଇ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପୂର୍ବରୁ ଏହି ପଦବୀରେ ୪୬୩ ପଦବୀରେ ଭର୍ତ୍ତି ହେବାର ଥିଲା କିନ୍ତୁ ଏହାକୁ ଏବେ ବଢାଇଦିଆଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲ ଭାବେ ପଢନ୍ତୁ। ଏହି ପଦବୀ ସହିତ ଜରୁରୀ ଶିକ୍ଷାଗତ ଯୋଗ୍ଯତା, ଅଭିଜ୍ଞତା ଏବଂ ବୟସ ସୀମାକୁ ଭଲ ଭାବେ ପଢିନିଅନ୍ତୁ।

ପଦବୀ ବିବରଣୀ: ୫୬୭

ଆବେଦନ କରିବାର ଶେଷ ତାରିଖ: ୨୪ ମଇ ୨୦୨୧

ଶିକ୍ଷାଗତ ଯୋଗ୍ଯତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।

ଚୟନ ପ୍ରକ୍ରୟା: ଜାରି ହୋଇଥିବା ନୋଟିଫିକେସନ ମୁତାବକ, ସୁପରଭାଇଜର ଏବଂ ଇନଭେଷ୍ଟିଗେଟର ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ। ଅନ୍ଯ ପୋଷ୍ଟ ପାଇଁ ଚୟନ ସାକ୍ଷାତକାର ମାଧ୍ୟମରେ ହେବ।

କେମିତି କରିବେ ଆବେଦନ:

ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ becil.comକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହାଛଡା becilmol.cbtexam.in ଲିଙ୍କକୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.