Below header

ରାଜ୍ୟକୁ ଉତ୍ତରା ପବନ ସିଧା ବହୁଥିବାରୁ ଅଧିକ ଥଣ୍ଡା ଅନୁଭୂତ, ଆସନ୍ତା ଦୁଇଦିନ ଧରି ତାପମାତ୍ରା ଆହୁରି ଖସିବାର ସମ୍ଭାବନା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ପ୍ରକୋପ ଅଧିକ ରହିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଦୁଇଦିନ ଧରି ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି। ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି କହିଛି ପାଣିପାଗ ବିଭାଗ। ରାଜ୍ୟକୁ ଉତ୍ତରା ପବନ ସିଧା ବହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି। ତେବେ ୨୫ ତାରିଖ ବେଳକୁ ରାତିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢିବ। ସେତେବେଳକୁ କିଛି ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସି ଆସିଛି। ଏହାସହ ଘନ କୁହୁଡି ଲାଗିରହୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.