Below header

ଆକ୍ସନ ମୋଡରେ ବନବିଭାଗ, ଆଜିଠୁ ନୀଳଗିରି କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନ

ଆକ୍ସନ ମୋଡରେ ବନବିଭାଗ । ଆଜିଠୁ ନୀଳଗିରି କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନ। ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ପକ୍ଷରୁ ଆରମ୍ଭ ହେବ ମିଳିତ କମ୍ୱିଂ ଅପରେସନ । କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ ।

ନୀଳଗିରି (କେନ୍ୟୁଜ): ଆକ୍ସନ ମୋଡରେ ବନବିଭାଗ । ଆଜିଠୁ ନୀଳଗିରି କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନ। ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ପକ୍ଷରୁ ଆରମ୍ଭ ହେବ ମିଳିତ କମ୍ୱିଂ ଅପରେସନ । କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ । ଯିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିବାକୁ ଚେତାବନୀ ଦେଇଛି ଅଧିକାରୀ ।

ସୋମବାର ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁଇ ଜଣ ବିପଦମୁକ୍ତ ଅଛନ୍ତି। ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.