ରାଜଧାନୀରେ ପୁଣି ହାତୀ ଆତଙ୍କ, ସାଲିଆସାହିରେ ବୁଲୁଛି ଦନ୍ତା

ରାଜଧାନୀରେ ପୁଣି ହାତୀ ଆତଙ୍କ। ଭୁବନେଶ୍ବର ସାଲିଆସାହି ହାତୀଶୁଆଣି ଛକରେ ବୁଲୁଛି ଦନ୍ତା । ତେବେ ହାତୀଟି କାହାରି କୌଣସି କ୍ଷତି କରିନି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ପୁଣି ହାତୀ ଆତଙ୍କ। ଭୁବନେଶ୍ବର ସାଲିଆସାହି ହାତୀଶୁଆଣି ଛକରେ ବୁଲୁଛି ଦନ୍ତା । ଗତକାଲି ରାତିରେ ହାତୀଟି ପାଚେରୀ ଭାଙ୍ଗି ପଶି ଆସିଥିଲା। ତେବେ ହାତୀଟି କାହାରି କୌଣସି କ୍ଷତି କରିନି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲା। ସହର ଭିତରକୁ ବାରମ୍ବାର ହାତୀ ପଶିଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.