ରାଜ୍ୟରେ ପ୍ରକୋପ ଦେଖାଉଛି କାଳବୈଶାଖୀ, ଆଜି ୫ ଜିଲ୍ଲାରେ ଭାରୀ ବର୍ଷା

ରାଜ୍ୟରେ ପ୍ରକୋପ ଦେଖାଉଛି କାଳବୈଶାଖୀ । ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି ।ଗତକାଲିଠାରୁ କଟକ, ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ବଡ଼ବର୍ଷା ଲାଗି ରହିଛି । ଆଜି ବି କାଳବୈଶାଖୀ ପ୍ରଭାବ ଜାରି ରହିବ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରକୋପ ଦେଖାଉଛି କାଳବୈଶାଖୀ । ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । କେଉଁଠୁ ତୁହାକୁ ତୁହା ତ ଆଉ କେଉଁଠି ଝିପିଝିପି ବର୍ଷା । କେଉଁଠି ହାଲୁକା ତ ଆଉ କେଉଁଠି ପ୍ରବଳ ବର୍ଷା । ଦୁଇ ଦିନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗତକାଲିଠାରୁ କଟକ, ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ବଡ଼ବର୍ଷା ଲାଗି ରହିଛି । ଆଜି ବି କାଳବୈଶାଖୀ ପ୍ରଭାବ ଜାରି ରହିବ । ବିଜୁଳି ଘଡ଼ଘଡ଼ି ପାଇଁ ଆଜି ୧୧ ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷାର ପ୍ରଭାବ ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲାଗି ରହିବ । ପାର୍ଶ୍ବବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି, ଘଡ଼ଘଡ଼ି ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ଆଡଭାଇଜରୀ । ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସଜାଗ ରହିବାକୁ କୁହାଯାଉଛି । ଯଦି କିଛି କ୍ଷୟକ୍ଷତି ଘଟେ ତେବେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଉଲ୍ଲେଖ ରହିଛି । ପରବର୍ତ୍ତୀ ୩ ଦିନ ପରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରି ସେଲସିୟସ ବୃଦ୍ଧି ପାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.