Below header

ଏବେ ଫେରାର୍‌ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ, ଧରିବା ପାଇଁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କଲା କମିଶନରେଟ ପୋଲିସ୍

ବଢୁଛି ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ରହସ୍ୟ । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ଅଡୁଆ ବଢୁଛି । ସେ ଏବେ ଫେରାର୍‌ । ତାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଖୁବଶୀଘ୍ର ଗିରଫ ହେବେ ସୌମ୍ୟଜିତ । କଲ୍‌ ଡିଟେଲ୍ସ ରେକର୍ଡସରୁ ପୋଲିସ ହାତରେ ବି ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ସୁଇସାଇଡ୍‌ ପୂର୍ବରୁ ଶ୍ୱେତା ୧୫ ଥର ସୌମ୍ୟଜିତଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ସେ ଫୋନ୍‌ ଉଠାଇ ନଥିଲେ ।

ସେପଟେ ସୁଇସାଇଡ୍‌ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ପରିବାର । ସୌମ୍ୟଜିତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏତଲାରେ ସେ ଦର୍ଶାଇଛନ୍ତି, ଝିଅକୁ ସେ ମାନସିକ, ଶାରିରୀକ ଓ ଆର୍ଥିକ ନିର୍ଯାତନା ଦେଉଥିଲ । ବ୍ଲାକମେଲ୍‌ କରିବା ସହ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି । ଶ୍ୱେତାଙ୍କ ବାପା କହିଛନ୍ତି, ୨୧ ତାରିଖରେ ସୌମ୍ୟ ଓ ତାଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ । .ସେପଟେ ଆଜି ଆସିପାରେ ଶ୍ୱେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.